- ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀଙ୍କୁ ସ୍ଵାଗତ, ଜିଲ୍ଲା ବିକାଶ ମେଳାରେ ଯୋଗଦେବେ ମନ୍ତ୍ରୀ

ନୂଆପଡ଼ା -୧୨/୬(ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡ଼ା ରେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେବେ । କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ବିକାଶ ମେଳା ରେ ଯୋଗଦେଇ ଜନ କଲ୍ୟାଣକାରୀ ଯୋଜନ ଉପରେ ଓ ଉପଲବ୍ଧି ଉପରେ ସୁଚନା ଦେବେ।ପୁରୀ – ଦୁର୍ଗ ଇଣ୍ଟର ସିଟି ଏକ୍ସପ୍ରେସ ଟ୍ରେନ୍ ଯୋଗେ ନୂଆପଡା ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାଶ,ଏସପି ଜିଆର ରାଘବେନ୍ଦ୍ର ପହଞ୍ଚି ସମ୍ବର୍ଦ୍ଧନା ଜଣାଇଥିଲେ ।
ପରେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା, ସରୋଜ ସାହୁ, ସୁଶାନ୍ତ ପତି, ତୁଳସ ପଟେଲ, ସଦାନନ୍ଦ ଯୋଶୀ ପ୍ରମୁଖ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ କରିଛନ୍ତି ।