ନୂଆପଡ଼ା ଜିଲ୍ଳାର ବିକାଶ ମେଳାରେ ମନ୍ତ୍ରୀ
ଯୋଗଦେଇ ବିକାଶର ବାର୍ତ୍ତା ଦେଲେ l
ନୂଆପଡ଼ା -୧୨/୬ (ସୁରେନ୍ଦ୍ର ତିୱାରୀ)
ରାଜ୍ଯ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ରାଜ୍ୟରେ ବିକାଶ ମେଳା ଅନୁଷ୍ଠିତ ହେଉଛି l ଏହି କ୍ରମରେ ନୂଆପଡ଼ା ଜିଲ୍ଳାରେ ଅନୁଷ୍ଠିତ ବିକାଶ ମେଳାରେ ଜିଲ୍ଲା ପାଇଁ ପ୍ରଭାରୀ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ଆଜି ସ୍ଥାନୀୟ ମିନି ଷ୍ଟାଡିୟମ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ମନ୍ତ୍ରୀ ବୃକ୍ଷରୋପଣ କରିବା ପରେ ବିଭିନ୍ନ ବିଭାଗୀୟ ପ୍ରଚାର ରଥକୁ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ l ଏହାପରେ ପଲ୍ଲୀଶ୍ରୀ ମେଳା ଓ ଖାଦ୍ୟ ମେଳା ର ଶୁଭ ଉଦ୍ଘାଟନ କରିଥିଲେ l
ସାଧାରଣ ସଭାରେ ଉଦବୋଧନ ଦେଇ ମନ୍ତ୍ରୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଅବଗତ କରାଇବା ସହିତ ଓଡିଶା ଭିଜନ୍ ୨୦୩୬ ଓ ୨୦୪୭ ପାଇଁ ଆମର କାର୍ଯ୍ୟପନ୍ଥା ସମ୍ବନ୍ଧରେ ଆଲୋକପାତ କରିଥିଲେ l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଡଃ ସୋନିଆ ଅଗ୍ରୱାଲ, ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର, ଆର୍ ସି ଏଫ୍ ଭବାନୀପାଟଣା ସନ୍ତୋଷ ଯୋଶୀ, ବନଖଣ୍ଡ ଅଧିକାରୀ ଖରିଆର- ଅଜିଜ ଖାନ୍, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ l ଜିଲ୍ଲାର ବିଭିନ୍ନ ବିଭାଗର ହିତାଧିକାରୀ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ କରାଯାଇଥିଲା l ଭିଜନ୍ ନୂଆପଡ଼ା ଓ ଓଡିଶା ଉପରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l ଏହାପରେ ମାନ୍ୟବର ମନ୍ତ୍ରୀ ବିଜେପି ପାର୍ଟି କାର୍ଯ୍ୟକର୍ତ୍ତା ମାନଙ୍କୁ ବିଭାଗୀୟ କାର୍ଯ୍ୟାଳୟରେ ଉଦବୋଧନ ଦେଇଥିଲେ l ଅପରାହ୍ନରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଓଡିଶା ଭିଜନ୍ ୨୦୩୬ ଓ ୨୦୪୭ ଉପରେ ବିକଶିତ ଓଡିଶା ପାଇଁ ବିକଶିତ ନୂଆପଡ଼ା ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏଥିରେ ନୂଆପଡ଼ାର ବିଭିନ୍ନ ବିଭାଗର ପ୍ରମୁଖ ବ୍ୟକ୍ତି, ରାଜନୈତିକ ଦଳର ନେତୃବୃନ୍ଦ ଓ ପଦାଧିକାରୀ ଯୋଗଦେଇ ଜିଲ୍ଲା ପାଇଁ ସେମାନଙ୍କ ଭିଜନ୍ ଉପସ୍ଥାପନ କରିଥିଲେ l ଏଥିରେ
ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ l ସମସ୍ତଙ୍କୁ ସମ୍ବୋଧନ କରି ମନ୍ତ୍ରୀ କହିଲେ ଯେ ସମସ୍ତେ ସକାରାତ୍ମକ ମନୋଭାବ ରଖି ନୂଆପଡ଼ାର ସମନ୍ଵିତ ଉନ୍ନତି ପାଇଁ ପ୍ରଚେଷ୍ଟା କରନ୍ତୁ l ଏଥି ପାଇଁ ଆବଶ୍ୟକ ଅର୍ଥ ର କୌଣସି ଅଭାବ ରହିବ ନାହିଁ l ଆମେ ସମସ୍ତେ ବିକଶିତ ନୂଆପଡ଼ା ଓ ବିକଶିତ ଓଡିଶା ପାଇଁ ପ୍ରତିଶ୍ରୁତି ବଦ୍ଧ ରହିବା l ଶେଷରେ ପ୍ରଭାରୀ ମନ୍ତ୍ରୀ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଲାଇନ୍ ବିଭାଗ ଅଧିକାରୀମାନଙ୍କ ଏକ ସମୀକ୍ଷା ବୈଠକରେ ଜିଲ୍ଲାର ପ୍ରଗତିର ସମୀକ୍ଷା କରିଥିଲେ l ସମର୍ପିତ ଏବଂ ନିସ୍ୱାର୍ଥପର ଭାବରେ ଜନସାଧାରଣଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାର ସୁଫଳ ଯୋଗାଇଦେବା ପାଇଁ ମନ୍ତ୍ରୀ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l
ନୂଆପଡ଼ା ଜିଲ୍ଳାର ବିକାଶ ମେଳାରେ ମନ୍ତ୍ରୀ ଯୋଗଦେଇ ବିକାଶର ବାର୍ତ୍ତା ଦେଲେ l
ନୂଆପଡ଼ା ଜିଲ୍ଳାର ବିକାଶ ମେଳାରେ ମନ୍ତ୍ରୀ ଯୋଗଦେଇ ବିକାଶର ବାର୍ତ୍ତା ଦେଲେ l
65