ନୂଆପଡା -୧୫/୬(ଏମ.ଇ)
କବିର କବିତ୍ୱ ଉପରେ ଆସ୍ଥା ରହିବା ଦରକାର | ମନନ କଲେ ନିରନ୍ତର ପଠନ ଓ ଅଭ୍ୟାସ ରଖିଲେ କବିତା ମାର୍ଜିତ ଏବଂ ସର୍ବ ଜନାଦୃତ ହୋଇଥାଏ ବୋଲି ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ଥାନୀୟ ମିନି ଷ୍ଟାଡିୟମ ପଡିଆରେ ଚାଲିଥିବା ବିକାଶ ମେଳାରେ ଆୟୋଜିତ କବିତା ପାଠୋତ୍ସବରେ ଯୋଗ ଦେଇ ଜିଲ୍ଲାପାଳ ଏହା ପ୍ରକାଶ କରିଥିଲେ| ସମବାୟ ବିଭାଗ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ | ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୫୦ ସଂଖ୍ୟକ କବି ଯୋଗ ଦେଇଥିଲେ | ଜିଲ୍ଲାର ପ୍ରଗତି ସହ ବିଭିନ୍ନ ଦିଗରେ ସ୍ୱକୀୟ ଅନୁଭୂତିକୁ କବିତା ମାଧ୍ୟମରେ ବଖାଣିଥିଲେ | ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟି କଲେକ୍ଟର କୁ୍ରୁକ୍ଷେତ୍ର ନାଏକଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ମଧ୍ୟ ନିଜ ନିଜର କବିତା ପାଠ କରିଥିଲେ | ବରିଷ୍ଠ ଶିକ୍ଷକ ତଥା କବି ଗୌରାଙ୍ଗ ଚରଣ ସାହୁ ଏବଂ କବିୟତ୍ରୀ ଲକ୍ଷ୍ମୀ କବିତା ଆସର କୁ ସଂଯୋଜନା କରିଥିଲେ l ବିଭୁ ଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ | ଶେଷରେ ସମସ୍ତ କବିଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା | କାର୍ଯ୍ୟକ୍ରମରେ ବିଶେଷ ଅତିଥିଭାବେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇ କବିତା ଆସରର ମୁଖ୍ୟ ପୁରୋଧା ଜିଲ୍ଲପାଳ, ଜିଲ୍ଲା ପ୍ରଶାସନ ତଥା ସମସ୍ତ କବି କବୟତ୍ରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ | ଜିଲ୍ଲାର ବହୁ ସଂଖ୍ୟାରେ କବିତା ପ୍ରେମୀ ସୁଧି ମଣ୍ଡଳୀ ଏହି କବିତା ଆସରକୁ ଉପଭୋଗ କରିଥିଲେ l
ନୂଆପଡ଼ା ବିକାଶମେଳାର ତୃତୀୟ ସନ୍ଧ୍ୟାରେ କବିତା ପାଠୋତ୍ସବ ଅନୁଷ୍ଠିତ l ନିଜ ପ୍ରତି ଆସ୍ଥା ରଖିଲେ ହିଁ କବି କୁ ସଫଳତା ମିଳିଥାଏ – ଜିଲ୍ଲାପାଳ l
179