34
ଷ୍ଟାର ନାଇଟ ରେ ଯାଜ୍ଞସେନୀ, ତାରିକ୍ ଅଜିଜ ଓ ସ୍ମୃତି ଆକର୍ଷଣୀୟ ଅର୍କେଷ୍ଟ୍ରା ପରିବେଷଣ କରି ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲେ। ଏହି ସମସ୍ତ ପ୍ରଦର୍ଶନରେ ମେଳା ପ୍ରାଙ୍ଗଣ ଉତ୍ସାହ ଓ ହର୍ଷୋଲ୍ଲାସରେ ମୁଖରିତ ହୋଇଯାଇଥିଲା।

ନୂଆପଡ଼ା -୧୫/୦୩- ନୂଆପଡ଼ାରେ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ପଞ୍ଚମ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ଲୋକନୃତ୍ୟ ଓ ଷ୍ଟାର୍ ନାଇଟ କାର୍ଯ୍ୟକ୍ରମରେ ନେସନାଲ କଲେଜ୍ ମେଳା ପ୍ରାଙ୍ଗଣ ଉତ୍ସବମୁଖର ହୋଇ ଉଠିଛିl
ଏହି ଅବସରରେ ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୂଜାର୍ଚ୍ଚନା କରାଯାଇ ସାଂସ୍କୃତିକ ସନ୍ଧ୍ୟାର ଶୁଭାରମ୍ଭ କରାଯାଇଥିଲା। ମଞ୍ଚରେ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଅତିଥିମାନେ ତାଙ୍କ ଅଭିଭାଷଣରେ ସୁଭଦ୍ରା ଶକ୍ତି ମେଳାର ଗୁରୁତ୍ୱ ଓ ମହିଳା ସଶକ୍ତିକରଣ ସମ୍ପର୍କରେ ମତ ପ୍ରକାଶ କରିଥିଲେ।ମଞ୍ଚରେ ବରେଣ୍ୟ ଅତିଥିମାନଙ୍କୁ ସ୍ମୃତି ଉପହାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ମହିଳା ଓ ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ପୁଚୀ ଖେଳ ଓ ସ୍ଲୋଗାନ ରାଇଟିଙ୍ଗ ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ ଦଳ ସେମାନଙ୍କଙ୍କ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରିଥିଲେ ।