Home ରାଜ୍ୟଭାଜପା ର “କଳା ଦିବସ” ପାଳିତ ।

ଭାଜପା ର “କଳା ଦିବସ” ପାଳିତ ।

by Maraguda Express
0 comments

ନୂଆପଡ଼ା- ୨୬/୬(ଏମ.ଇ) ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ,ନୂଆପଡ଼ା ଠାରେ ଗତ କାଲି ୨୫ ଜୁନ ୧୯୭୫ ର ଆପାତ କାଳୀନ ପରିସ୍ଥିତି କୁ ମନେ ପକାଇ “କଳା ଦିବସ” ରୂପେ ୨୫ ଜୁନ କୁ ପାଳିତ କରିଛନ୍ତି । ଭାରତରେ ଆପାତକାଳ ଘୋଷଣାର ୫୦ତମ ବାର୍ଷ ପୂରଣ ଓ ସେ ସମୟ ର ତତ୍କାଳୀନ କଂଗ୍ରେସ ସରକାର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଭ୍ୟନ୍ତରୀଣ ଅଶାନ୍ତି ବାହାନା ରେ ମଧ୍ୟ ରାତ୍ରୀ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିଥିଲେ। ଅନ୍ୟାୟ ଅତ୍ୟାଚାର, ଗଣ ମାଧ୍ୟମ ର କଣ୍ଠ ଅବରୋଧ, ଏପରିକି କିଶୋର କୁମାର ଗାୟକଙ୍କ ଗୀତ ବ୍ୟାନ କରି ଆକାଶ ବାଣୀ ରେଡ଼ିଓ ରେ ଗୀତ ଶୁଭୁ ନଥିଲା, ସାମାଜିକ କର୍ମି, ରାଜନୈତିକ ବ୍ୟକ୍ତି ବିଶେଷ ଙ୍କୁ ଜେଲ ରେ ଜୋଜବରଦସ୍ତି ବନ୍ଦୀ କରି ରଖିବା, ସେତେ ବେଳେ ଏ ସବୁ ଗଣତନ୍ତ୍ର ର ହତ୍ୟା ଥିଲା। ସମ୍ବିଧାନ ଉଲଙ୍ଘନ ଭଳି କଳା କାଯ୍ୟ କରି ସବୁ ଅନ୍ୟାୟ ଅନୀତି କୁ ଏଡ଼ାଇ ବଳ ପୂର୍ବକ ଦମନ କରାଯାଇ ସତ୍ୟ ର କଣ୍ଠ ଅବରୋଧ କରାଯାଇଥିଲା। ଏପରିକି ନାଗରିକ ଙ୍କ ମୌଳିକ ଅଧିକାର କୁ ମଧ୍ୟ ଦମନ କରାଯାଇଥିଲା। ଏସବୁ କଳା ଅଧ୍ୟାୟ କୁ ମନେ ପକାଇ ଭାରତୀୟ ଜନତା ପାର୍ଟି ୨୫ ଜୁନ କୁ କଳାଦିବସ ରୁପେ ଅଭିହିତ କରି ଉପସ୍ଥିତ ବକ୍ତା ମାନେ ତାଙ୍କ ସମ୍ୟକ ଭାଷଣ ରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ନିନ୍ଦା କରିଥିଲେ। ଏ ଅବସର ରେ ପୁର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା,ବରିଷ୍ଠ ଓକିଲ ମୂରଲୀଧର ପଣ୍ଡା, ଭାଜପା ଜିଲ୍ଲା ସଭାପତି କମଲେସ ଦିକ୍ଷୀତ, ବରିଷ୍ଠ ନେତା ଯଦୁମଣି ପାଣଗ୍ରାହସରୋଜ କୁମାର ସାହୁ,ଭାଜପା ଜିଲ୍ଲା ସାଧାରଣ ସଂପାଦକ ତୁଲସ ପଟେଲ, କୋଷାଧ୍ୟକ୍ଷ ସୁଶାନ୍ତ ପତି, ଗୋଲ୍ଡୀ ଅଗ୍ରୱାଲ, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡ. ସୋନିଆ ଅଗ୍ରୱାଲ, ମଣ୍ଡଳ ସଭାପତି ଲୋକନାଥ ହୋତା, ଭକ୍ତବନ୍ଧୁ ରଣା, ଶତୃଘନ ସ୍ବାଇଁ, ଗୋବିନ୍ଦ୍ ଦଣ୍ଡସେନା ଓ ସନ୍ତୋଷ ସାହୁ ପ୍ରମୁଖ ଯୋଗଦେବା ସହ ବିପୁଳ ସଂଖ୍ୟା ରେ ଭାଜପା କର୍ମୀ ଯୋଗଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha