ନୂଆପଡ଼ା -୨୨/୭(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ରେ ଏକ ଯୁବତୀଙ୍କୁ ଜଣେ ଯୁବକ ବିବାହ ର ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଏଫଆଇଆର ଦର୍ଜ୍ ହୋଇଥିଲା ହେଲେ ଯୁବତୀ ଟି ନ୍ୟାୟ ନପାଇବାରୁ ପୁନଃ ଜିଲ୍ଲା ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର କୋମନା ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିଥିଲା କିନ୍ତୁ ଅଭିଯୁକ୍ତ ଏବେ ବି ବୁଲୁଛି ଯୁବତୀ ଭାଗ୍ୟ କୁ ଆଦରି ଅନାଇ ରହିଛି ନ୍ୟାୟ ଦେବ କିଏ ? ପ୍ରାପ୍ତ ଖବର ରୁ ପ୍ରକାଶ ଯେ, ଖଡିଆଲ୍ ଥାନା ଅନ୍ତର୍ଗତ ବାରେଶବାହାଲି ଗ୍ରାମ ର ଜଣେ ଯୁବତୀଙ୍କୁ ବିବାହ ର ମିଥ୍ୟା ପ୍ରତିଶ୍ରୁତି ଦେଇ ଉପରୋକ୍ତ ଗ୍ରାମ ର ଯୁବକ ଶଶି ଭୋଇ ନିବିଡ ପ୍ରେମ ସମ୍ପର୍କ ର ଆଳ ରେ ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ପୁଣି ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରି ବର୍ତ୍ତମାନ୍ ବିବାହ କରିବାକୁ ମନାକରି ଦେଇ ମାନସିକ ନିର୍ଯାତନା ଦେଉଛି। ଯୁବକ ଶ୍ରୀ ଭୋଇ ୩୧ ମେ ୨୦୨୫ ଦିନ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ କୁଆଡେ ଗର୍ଭ ନଷ୍ଟ କରିବାକୁ ଯୁବତୀଙ୍କୁ ଔଷଧ ଖାଇବାକୁ ଦେଇଥିବା ଉଲ୍ଲେଖ ଅଛି। ଯୁବକ୍ ଗର୍ଭ ନଷ୍ଟ ହେବା ପରେ ଗ୍ରାମରୁ ଫେରାର ହୋଇ ଯାଇଥିବା ଖବର ପାଇ ପୀଡିତ ଯୁବତୀ ଯୁବକ ଶଶି ଘରେ ଯାଇ ସବୁ କଥା କହିବା ପରେ ଘର ଲୋକେ ତାକୁ ଧମକ ଚମକ ଦେଇ ଘଉଡାଇ ଦେଇଥିଲେ । ଏ ସଂପର୍କ ରେ ଉକ୍ତ ଯୁବତୀ ଲିଖିତ ଏଫ.ଆଇ.ଆର. ଖଡ଼ିଆଳ ଥାନା ରେ ଦେଇଛି ଓ କେଶ ରେଜିଷ୍ଟ୍ରେସନ୍ ମଧ୍ୟ ହୋଇଛି, ଖଡ଼ିଆଳ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏ ସଂପର୍କ ରେ କୋମନା ଠାରେ ଗତ ୧୪ ଜୁଲାଇ ୨୦୨୫ ଦିନ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ରେ ଯୁବତୀ ନୂଆପଡ଼ା ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଲିଖିତ ଜଣାଇ ନ୍ୟାୟ ଭିକ୍ଷା କରିଛନ୍ତି। ଉପରୋକ୍ତ କେଶ ସମ୍ପର୍କ ରେ ଖଡ଼ିଆଳ ଆଇ.ଆଇ.ସି. ଦିଲୀପ କୁମାର ସାହୁ ଙ୍କୁ ପଚାରିବାରୁ ଖୋଜବିନ ଚାଳିଛି ଏକ ପୋଲିସ ଟିମ ଫେରାର ଯୁବକ ଶଶି କୁ ଧରିବା ପାଇଁ ତା ମୋବାଇଲ୍ ଲୋକେଶନ ଠିକଣା କୁ ଯାଇଥିବା କହିଥିଲେ। ଖବର ଲେଖା ହେବା ଯାଏଁ ଶଶି ଭୋଇ ଧରାପଡ଼ି ନାହିଁ ।
ପୀଡ଼ିତା ର ଦୁଃଖ କିଏ ବୁଝିବ ? ତିନି ଦିନ ରେ ଫେରାର ଯୁବକ ଧରା ପଡ଼ିବ କହୁଥିଲେ ଏସ.ପି.
ଆଠ ଦିନ ଗଡିଗଲା ଯୁବକ ର ଟେର ପାଉନି ପୋଲିସ
250
previous post