Home ରାଜ୍ୟନଙ୍ଗଲବୋଡ : ଝାଡ଼ା ବାନ୍ତି ରେ ଆକ୍ରାନ୍ତ ୧୫ ଜଣ ରୁ ଉର୍ଦ୍ଧ୍ ୬ ଜଣ ଗୁରୁତର

ନଙ୍ଗଲବୋଡ : ଝାଡ଼ା ବାନ୍ତି ରେ ଆକ୍ରାନ୍ତ ୧୫ ଜଣ ରୁ ଉର୍ଦ୍ଧ୍ ୬ ଜଣ ଗୁରୁତର

by Maraguda Express
0 comments

 ନୂଆପଡ଼ା -୨୩/୭ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲା ସିନାପାଲି ବ୍ଲକର ବନ ପାହାଡ ଘେରା ନଙ୍ଗଲବୋଡ ଗ୍ରାମ ର ତିନୋଟି ପଡ଼ାରେ ଝାଡା ବାନ୍ତି ଡାଇରିଆ ଆତଙ୍କ ଦେଖାଦେଇଛି। ୧୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ସମସ୍ତେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ନଙ୍ଗଲବୋଡ ଗ୍ରାମ ଗତ ରେ ୪ ଦିନଧରି ଝାଡ଼ାବାନ୍ତି ବ୍ୟାପିଛି। ସିନାପାଲି ମେଡିକାଲରୁ ଆମ୍ବୁଲାନ୍ସ ସହ ଆବଶ୍ୟକ ଔଷଧ ଓ ଓଆରଏସ ପ୍ୟାକେଟ ପର୍ଯ୍ୟାପ୍ତ ମାତ୍ରା ରେ ପଠାଇ ଆକ୍ରାନ୍ତଙ୍କୁ ହସ୍ପିଟାଲ ଆଣି ଚିକିତ୍ସା କରାଯାଉଛି। କିଛି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମଧ୍ୟ ଡାଇରିଆ ରେ ଆକ୍ରାନ୍ତ ହୋଇଥିବା ବେଳେ ନଙ୍ଗଲବୋଡ ଗ୍ରାମ ର ତିନୋଟି ପଡ଼ା ରେ ଝାଡ଼ାବାନ୍ତି ବ୍ୟାପଥିବା ସୂଚନା ରହିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha