10
ନୂଆପଡ଼ା – ୨୨/୪- ଓଡ଼ିଶାର ରେଳ ମାନଚିତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ‘ଜନଜାତି ଗୌରବ କରିଡର’ ପରିକଳ୍ପନା ଏବେ ନୂଆପଡ଼ା, କଳାହାଣ୍ଡି ଏବଂ ବଲାଙ୍ଗିର ଜିଲ୍ଲା ପାଇଁ ବିକାଶର ନୂଆ ଦିଗନ୍ତ ଉନ୍ମୋଚନ କରିବାକୁ ପ୍ରସ୍ତୁତ। ବିଶେଷ କରି ନୂଆପଡ଼ା- କୋମନା -ଖଡ଼ିଆଳ ଏବଂ ବଲାଙ୍ଗିର- ପାଟଣାଗଡ଼ – କଣ୍ଟାବାଞ୍ଜି- ଖଡ଼ିଆଳ- ଧର୍ମଗଡ଼ ରେଳ ପ୍ରକଳ୍ପ ଏହି ଅଞ୍ଚଳର ଆର୍ଥିକ ଓ ସାମାଜିକ ମେରୁଦଣ୍ଡ ସାଜିବ ବୋଲି ଆଶା କରାଯାଉଛି।

