
ନୂଆପଡ଼ା -୨୬/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବ୍ୟବସାୟିକ କେନ୍ଦ୍ର ଉଦ୍ୟାନବନ୍ଧ ଜାତୀୟ ରାଜପଥ ୩୫୩ କଡ ଦୋକାନ ମାନଙ୍କରୁ ଚୋରୀ ଘଟଣା ସାଧାରଣ ରେ ଆତଙ୍କ ସୃଷ୍ଟି କରିଛି। ଗତ ରାତିରେ ଉଦ୍ୟାନବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସ ର ଦୋକାନ ସମୂହ ର ଲୁହା ସଟର ଭାଙ୍ଗିବା ସହ ତାଲା କାଟି ଓ ସିନ୍ଧି ଖୋଲି ଚାରିଟି ଦୋକାନ ରୁ ଚୋରୀ ହୋଇଥିବା ଦେଖିବାକୁ ମିଳିଛି। ଚୋର ଚତୁରତାର ସହ ସିସି ଟି ଭି କେମେରା ଓ ହାର୍ଡ ଡିସ୍କ କୁ ନେଇ ଫେରାର ହୋଇଯାଇଥିବା ବେଳେ ଅଟୋ ପାର୍ଟସ, ମୋବାଇଲ ଫୋନ, ଫୋଟୋ ଷ୍ଟୁଡିଓ ଓ କୃଷି ଉପକରଣ ଦୋକାନ ରୁ କୌଣସି ସାମଗ୍ରୀ ଚୋରୀ କରିଥିବା ସ୍ପଷ୍ଟ ହୋଇନଥିବା ବେଳେ ଉକ୍ତ ଦୋକାନ ମାନଙ୍କରେ ଥିବା ନଗଦ ଟଙ୍କା ଚୋରୀ କରିନେଇଥିବା ଅଭିଯୋଗ ହୋଇଛି । ଖବର ପାଇ ନୂଆପଡା ଆରକ୍ଷୀ ଅଧିକାରୀ ଜି. ରାଘବେନ୍ଦ୍ର ରେଡ୍ଡୀ ଘଟନସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସନ୍ଧାନୀ କୁକୁର ସହାୟତା ରେ ତଦନ୍ତ ପାଇଁ କୋମନା ଆଇ.ଆଇ. ସି ଙ୍କୁ ନିର୍ଦ୍ଧେଶ ଦେଇଥିବା ଜଣାପଡିଛି। ନୂଆପଡା ରୁ ସନ୍ଧାନୀ କୁକୁର ପହଞ୍ଚିବା ପରେ ଆଇ.ଆଇ.ସି ସୁମନ୍ତ ନାୟକ ଘଟନସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେହେଁ ଚୋରଙ୍କ କୌଣସି ଟେର ମିଳିପାରିନଥିବା ଜଣାପଡିଛି । ଚୋର ଉପଦ୍ରଵ ରୁ ରକ୍ଷା ପାଇଁ ଉଦ୍ୟାନବନ୍ଧ ଠାରେ ଏକ ପୋଲିସ ବିଟ ଖୋଲା ଯିବା ସହ ନିୟମିତ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।
ଜାତୀୟ ରାଜପଥ କଡ ଦୋକାନ ରୁ ଚୋରୀ, ଚୋର ର ଟେର ମିଳୁନି
264