
ନୂଆପଡା- ୬/୮ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଭାଗୃହ ଠାରେ ୧୧ତମ କୃଷି ଗଣନା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉପରୋକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ଦିଲେଶ୍ୱର ଧରୁଆ, ଜିଲ୍ଲା ମୂଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ କେ ପାର୍ଥ ସାରଥୀ ଦୋରା, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ଡିଆରସିଏସ ଶିବ ପ୍ରସାଦ ସ୍ୱାଇଁ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ। କୃଷି ଗଣନାର ୨ୟ ପର୍ଯ୍ୟାୟ ଫଳାଫଳରୁ ଜଣାପଡିଛି ଯେ ପୂର୍ବ କୃଷି ଗଣନା ବର୍ଷ ୨୦୧୫-୧୬ ଅପେକ୍ଷା ଜିଲ୍ଲାରେ ଧାନ ଫସଲର ୯% ଏବଂ ଅଣଧାନ ଫସଲରେ ୬୯ % ବୃଦ୍ଧି ହୋଇଅଛି। ସେହିପରି ଜିଲ୍ଳାରେ ଯୋତ ଧାରକଙ୍କ ସଂଖ୍ୟାରେ ୧୬ % ବୃଦ୍ଧି ହୋଇ ୧୨୪୧୭୮ ହୋଇଅଛିl ଏଥିସହିତ ଜିଲ୍ଲାରେ ଫସଲର ବାରମ୍ବାରତା ୧୫ % ବୃଦ୍ଧି ହୋଇଅଛି। ଜିଲ୍ଲାରେ କୃଷିର ଏହି ଉନ୍ନତି ପାଇଁ ଜିଲ୍ଲାପାଳ ସମସ୍ତ ସଂମ୍ପୃକ୍ତ ଅଧିକାରୀ ଏବଂ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଆଗକୁ ଜିଲ୍ଲାରେ କୃଷିର ଅଧିକ ଉନ୍ନତି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ ଏହା ମାଧ୍ୟମରେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ୟା ଦୂରୀଭୂତ କରିବାପାଇଁ ଜିଲ୍ଲାପାଳ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏବଂ ସଂମ୍ପୃକ୍ତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାସ୍ତରୀୟ ୧୧ତମ କୃଷି ଗଣନା ସମ୍ବନ୍ଧୀୟ ସମନ୍ୱୟ କମିଟି ବୈଠକ
89