Home ରାଜ୍ୟବିଶ୍ଵ ବିଜୟୀ ତ୍ରିରଙ୍ଗା ପ୍ୟାରା ଝଣ୍ଡା ଉଁଚା ରହେ ହମାରା : ଉପମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ଯାତ୍ରା

ବିଶ୍ଵ ବିଜୟୀ ତ୍ରିରଙ୍ଗା ପ୍ୟାରା ଝଣ୍ଡା ଉଁଚା ରହେ ହମାରା : ଉପମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ଯାତ୍ରା

by Maraguda Express
0 comments

ନୂଆପଡ଼ା- ୧୨/୮ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦୁଇ ଦିନିଆ ଗସ୍ତରେ ଆସିଥିଲେ। ରବିବାର ସଂଧ୍ୟାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡାଙ୍କୁ ନୂଆପଡ଼ା ସର୍କିଟ ହାଉସ ଠାରେ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇ ପାଛୋଟି ନେଇଥିଲେ। ଏ ଅବସର ରେ ସର୍କିଟ ହାଉସ ଠାରୁ ଏକ ଭବ୍ୟ ଶୋଭା ଯାତ୍ରା ରେ “ଝଣ୍ଡା ଉଞ୍ଚା ରହେ ହାମାରା- ବିଶ୍ଵ ବିଜୟୀ ତ୍ରିରଙ୍ଗା ପ୍ୟାରା” ସ୍ଲୋଗାନ ଦେଇ ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଯାଏଁ ଯାଇଥିଲା। ଏକତା ଛକ ଠାରେ ସ୍ବର୍ଗତ ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତି ରେ ଭକ୍ତିପୂତ ପ୍ରଣାମ ଜଣାଇ ଉପ ମୁଖ୍ୟମନ୍ତ୍ରୀ ମାଲ୍ୟାର୍ପଣ କରିଥିଲେ। ଜାତୀୟ ପତାକା ନେଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ତ୍ରିରଙ୍ଗା ଯାତ୍ରାରେ ସମସ୍ତଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ। ଦଳୀୟ କର୍ମୀ ଙ୍କ ସାକ୍ଷାତ କରିବା ସହ ସର୍କିଟ ହାଉସ ଠାରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ରେ ଯୋଗଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ସ୍ବାଗତ କରିଥିବା ବେଳେ ଆରକ୍ଷୀ ଅଧୀକ୍ଷକ ଜିଆର ରାଘବେନ୍ଦ୍ର ଉପସ୍ଥିତ ଥିଲେ। ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଶତାଧିକ କର୍ମୀ ଉପସ୍ଥିତ ରହି ସ୍ଵାଗତ କରି ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ସୁଭଦ୍ରା ଲକ୍ଷପତି ଦିଦିଙ୍କ ସହ ବୈଠକ କରିଥିଲେ।ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ଵ ରେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ରାଜ୍ୟ କାର୍ଯକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା,ଏନଏସି ଅଧ୍ୟକ୍ଷା ଡଃ ସୋନିଆ ଜୈନ,ଗୋଲଡି ଅଗ୍ରୱାଲ, ପୂର୍ବତନ ସଭାପତି ଶିବ ପ୍ରସାଦ ମୁଣ୍ଡ, ଜିଲ୍ଲା ପରିଷଦ ସଭ୍ୟ ଆଶା ଜୈନ,ସୁବ୍ରତ ଠାକୁର, ସାଂସଦ ପ୍ରତିନିଧି ପ୍ରେମ କୁମାର ଅଗ୍ରୱାଲ, ଭୈରବ ସାହୁ, ଅଜିତ୍ କିଶୋର ଚଲାନ, ସୁଶାନ୍ତ ପତି ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ। ଲକ୍ଷପତି ଦିଦି ରେ ସମଗ୍ର ଦେଶ ରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି ଓ ଆସନ୍ତା ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିବା ଅଛି ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପ୍ରକାଶ କରିଥିଲେ ସେ ଆହୁରି କହିଲେ ଯେ, ମହିଳା ଓ ସର୍ବ ସାଧାରଣଙ୍କ ଆସ୍ଥା ଓ ବିଶ୍ବାସ ସରକାର ଉପରେ ଅତୁଟ ରହିଛି, ସୁଭଦ୍ରା ଯୋଜନା ଆମ ଉତ୍ତମ ସରକାର ର ପ୍ରମାଣ। ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତି ରାଜ ନିର୍ବାଚନ ର କ୍ଷେତ୍ର ପ୍ରସ୍ତୁତି ଚାଲିଛି ସବୁ ସ୍ତରରେ ଆମ ବିଜେପି ସିଟ ଦଖଲ କରିବ ବୋଲି ଦୃଢ଼ତା ସହ କହିଥିଲେ । ସର୍କିଟ ହାଉସ ସଭା ଗୃହ ଠାରେ ମହିଳା ଓ ଶିଶୁ ବିଭାଗ, ପର୍ଯ୍ୟଟନ ବିଭାଗ ଓ ମିଶନ ଶକ୍ତି ଅଧିକାରୀମାନଙ୍କୁ ନେଇ ସମିକ୍ଷା ବୈଠକ କରିଥିଲେ ପରେ ଲକ୍ଷ ପତି ଓ ସୁଭଦ୍ରା ଦିଦି ଙ୍କ ସହ ରାତ୍ରୀ ଭୋଜ କରିଥିଲେ। ଦ୍ଵିତୀୟ ଦିବସ ମନ୍ତ୍ରୀ ଶ୍ରୀମତି ପରିଡା ନେସନାଲ ହାଇ ସ୍କୁଲ ,ନୂଆପଡ଼ା ଓ ଖଡ଼ିଆଳ ଠାରେ ବାବା ସାହେବ୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଯିବା ବାଟ ରେ ଖଡ଼ିଆଳ ବ୍ଲକ ୯ ଟି ପଞ୍ଚାୟତ, ବୋଡ଼େନ ବ୍ଲକ ର ୨ ପଞ୍ଚାୟତ ଓ ସିନାପାଲି ର ୩ ଟି ପଞ୍ଚାୟତ ମୋଟ ୧୪ ଗୋଟି ପଞ୍ଚାୟତ କୁ ନେଇ କିରିକିଟା କୁ ନୂତନ ବ୍ଲକ ଗଠନ କରି ମାନ୍ୟତା ଦେବାକୁ ଦାବି ପତ୍ର ଗ୍ରହଣ କରିଥିଲେ ଓ ବଲାଙ୍ଗିର ଜିଲ୍ଲା ଗସ୍ତ ରେ ଚାଲି ଯାଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha