ନୂଆପଡ଼ା -୧୨/୮ (ସୁରେନ୍ଦ୍ର ତିୱାରୀ ) ଆଜି “ରୋଡ୍ ଟୁ ସ୍କୁଲ୍” କାର୍ଯ୍ୟକ୍ରମ ଅଧୀନରେ, ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଗଇଁତଳା ସ୍ଥିତ ରେନ୍ବୋ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୁବଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜ୍ର ଅଧ୍ୟକ୍ଷ ହିମାଂଶୁ ଶେଖର ନାଏକ ମୁଖ୍ୟ ଅତିଥି ଭାବେ ମଞ୍ଚାସିନ ଥିଲେ। ଏ ଅବସର ରେ ସଚିବ ଅନ୍ତର୍ଯ୍ୟାମୀ ସାହୁ, ପ୍ରଧାନ ଶିକ୍ଷକ ତରୁଣ କିଶୋର ସାହୁ ଏବଂ “ରୋଡ୍ ଟୁ ସ୍କୁଲ୍” କାର୍ଯ୍ୟକ୍ରମ ର ବ୍ଲକ ମ୍ୟାନେଜର ପ୍ରିତମ ବାରିକ ପ୍ରମୁଖ ସମ୍ମାନୀତ ଅତିଥି ରୁପେ ଉପସ୍ଥିତ ରହିଥିଲେ। ଉକ୍ତ ସଭା ରେ “ସ୍ଥାନୀୟ ଯୁବକଙ୍କ କାର୍ଯ୍ୟ ସୁସ୍ଥିର ଉନ୍ନୟନ ଲକ୍ଷ୍ୟ ପାଇଁ”, “ସପଥ ଗ୍ରହଣ” ଏବଂ “ମୁଁ ମୋ ଦେଶ ପାଇଁ କ’ଣ କରିବି” ବିଷୟରେ ଯୁବପିଢ଼ି ନିଜ ନିଜ ସୁଚିନ୍ତିତ ମତାମତ ରଖି ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଥିଲା। ଉପରୋକ୍ତ କାର୍ଯ୍ୟକ୍ରମକୁ ଧନଞ୍ଜୟ ଆଚାରି ଙ୍କ ଦ୍ଵାରା ପରିଚାଳିତ ହୋଇଥିବା ବେଳେ ବିରଞ୍ଚି ଓ ରାଧାକାନ୍ତ ଆଜ୍ଞାଙ୍କ ପୂର୍ଣ୍ଣ ସହଯୋଗରେ ସଫଳ ଆୟୋଜନ ହୋଇଥିଲା।
ରେନବୋ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ “ଆନ୍ତର୍ଜାତୀୟ ଯୁବଦିବସ” ପାଳିତ
104
previous post