Home ରାଜ୍ୟସରକାରୀ ଉଚ୍ଚ ବିଦ୍ୟାଲୟ, ଛିନ୍ଦପାଣି ରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳିତ

ସରକାରୀ ଉଚ୍ଚ ବିଦ୍ୟାଲୟ, ଛିନ୍ଦପାଣି ରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳିତ

"ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ମାନପ‌ତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରିଥିଲେ"

by Maraguda Express
0 comments

ନୂଆପଡା -୧୭/୮(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଳଭା ପଞ୍ଚାୟତ ଛିନ୍ଦପାଣି , ସରକାରୀ ଉଚ୍ଚ ବିଦ୍ୟାଲୟରେ ବିଶ୍ବ ସଂସ୍କୃତ ସପ୍ତାହ ପାଳିତ ହୋଇ ଯାଇଛି । ଉଦଯାପନୀ ଉତ୍ସବରେ ବିଦ୍ୟାଲୟ ପ୍ରଧାନ ଶିକ୍ଷୟତ୍ରୀ ଉମାବତୀ ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ କୋମନା ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବଳମତ ମାଝି ମୁଖ୍ୟ ଅତିଥି,ପ୍ରକୃତି ବନ୍ଧୁ ତଥା ଆକାଂକ୍ଷୀ ଜିଲା ସଂଯୋଜକ ନୂଆପଡା ଅରୁଣ ବିଶ୍ବାଲ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥ‌ିବା ବେଳେ ଲଖନା ସିଆରସିସି ସହଦେବ ମହାନନ୍ଦ,କୁରୁମପୁରି ସିଆରସିସି କମଳା କାନ୍ତ ଦାସ,ସେଛାସେବୀ ଅନନ୍ତ ରାମ ଦୀପ,ଜଗବତୀ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସଂସ୍କୃତ ଭାଷା ଚାରି ବେଦ ସହ ସଂଶ୍ଳିଷ୍ଠ ଥ‌ିବାରୁ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ସହ ଅଧିକ ଗୁରୁତ୍ବ ଦେବା କଥା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବସ୍ତୁ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବସ୍ତୁ ପ୍ରଦର୍ଶନୀରେ ଛାତ୍ରୀଛାତ୍ର ମାନେ ୫୫୦ ଟି ବସ୍ତୁର ସଂସ୍କୃତ ନାମ ଦେଖାଇ ଥିଲେ । ପ୍ରାୟ ୫୦ ଜଣ ଛାତ୍ରୀଛାତ୍ରଙ୍କୁ ସଂସ୍କୃତ ରେ ବିଭିନ୍ନ ସ୍ଲୋଗାନ ଓ ଶ୍ଳୋକ ଦେଇଥିଲେ । ଏହି ଉପଲକ୍ଷେ ନାଚ,ଗୀତ,ବକ୍ରୁତା,ସ୍ଲୋଗାନ ଓ ଶ୍ଳୋକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧ‌ିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା  ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ମାନପ‌ତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ସଂସ୍କୃତ ଶିକ୍ଷକ ଗୁରୁଦେବ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଧବଲେଶ୍ବର ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନ ଶିକ୍ଷକ ଶ୍ୟାମଲାଲ ପ୍ରଧାନ,ନରାୟଣ ପାଣ୍ଡେ,ପର୍ଶୁରାମ ମାଝି,ଖୁବଚନ ମାଝି,ସନ୍ତୋଷ ଦାଶ,ବିଜୟ କୁମାର ପ୍ରଧାନ,ସମୀର କୁମାର ପ୍ରଧାନ,ପୁଷ୍ପାଞ୍ଜଳି ରଣା ପ୍ରମୁଖ ସହଯୋଗ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha