Home ରାଜ୍ୟଜିଲ୍ଲାପାଳଙ୍କ ସହୃଦୟତାରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ସହାୟତା ଭିନ୍ନକ୍ଷମ ବାଳକ ପାଇଲେ

ଜିଲ୍ଲାପାଳଙ୍କ ସହୃଦୟତାରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ସହାୟତା ଭିନ୍ନକ୍ଷମ ବାଳକ ପାଇଲେ

by Maraguda Express
0 comments

ନୂଆପଡ଼ା -୧୦/୯ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ, ଢୋର୍ଲାମୁଣ୍ଡା ପଞ୍ଚାୟତ ଛତା ଗାଁର ପନ୍ଦର ବର୍ଷର ବାଳକ କୁମର ଜଗତ l ସ୍ଥାନୀୟ ଛତା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲା l ତା ବାପା ପର୍ଶୁ ଜଗତ୍ ଜଣେ ଗରିବ ଶ୍ରେଣୀର ଦିନ ମଜୁରୀଆ ଲୋକ l ହଠାତ୍ ପୁଅକୁ ମାଂସପେଶୀ ସଙ୍କୋଚନ ଜନିତ ଏକ ଦୁରାରୋଗ୍ୟ ବ୍ୟାଧି ଗ୍ରାସ କଲା l ଏଥିରେ ବହୁତ ହଇରାଣ ହେଲେ ପରିବାର l ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରି ମଧ୍ୟ କିଛି ସୁଫଳ ନମିଳିବାରୁ କୁମର ଏବେ ଶଯ୍ୟାଶାୟୀ ହୋଇ ପଡ଼ିଛି l ପରିବାର ଚଳିବା ପାଇଁ ବାପର ଦୈନିକ ମଜୁରୀ ଛଡ଼ା ଅନ୍ୟ ସୁବିଧା ନଥିଲା । କିନ୍ତୁ ଅଚଳ ହୋଇ ପଡିଥିବା ପୁଅକୁ ଶୌଚ, ଗାଧୋଇବା ଇତ୍ୟାଦି କାମ କରିବାକୁ ପଡୁଥିବାରୁ ବାପା କାମକୁ ଯାଇ ପାରୁ ନଥିଲେ l ପରିବାର କେବେ କେବେ ଭୋକ ରେ ରହି ଯାଉଥିଲେ ଲ। ଏ ବିଷୟ ସେ ଜିଲ୍ଲାପାଳଙ୍କୁ ଜଣାଇବାରୁ ଜିଲ୍ଲାପାଳ ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ପିଲାର ଭିନ୍ନକ୍ଷମ ପ୍ରମାଣପତ୍ର ସହିତ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଆବେଦନ ପାଇଁ ସୁପାରିଶ କରି ଦେଇଥିଲେ l ଏହି ସୁପାରିଶ ବଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅସହାୟ ପରିବାରକୁ ଦଶ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ l ଆଜି ଏହି ସହାୟତା ରାଶିର ଚେକ୍ ଜିଲ୍ଲାପାଳ ପର୍ଶୁ ଜଗତ ଙ୍କୁ ପ୍ରଦାନ କରିଥିଲେ l ଜିଲ୍ଲାପାଳଙ୍କ ଏହି ସମୟୋଚିତ ଉଚିତ୍ ପଦକ୍ଷେପ ଏକ ଅସହାୟ ଭିନ୍ନକ୍ଷମ ବାଳକକୁ ଚିକିତ୍ସା ସହାୟତା ଯୋଗାଇବା ସହିତ ଏହାର ପରିବାରକୁ କ୍ଷୁଧା ଏବଂ ବିବଶତା ରୁ ରକ୍ଷା କରି ଥିବାରୁ ପର୍ଶୁ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha