22

ନୂଆପଡ଼ା -୨୨/୦୭- ଖରିଆର ରୋଡ ଏନଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (Executive Officer) ଭାବେ କୁରୁକ୍ଷେତ୍ର ନାଏକ (ORS) ଆଜି ପୂର୍ବାହ୍ନରେ ଔପଚାରିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାରଙ୍କ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ସେ ଖରିଆର ରୋଡ ଏନଏସିରେ ଯୋଗଦାନ କରିଥିବା ସମ୍ବନ୍ଧରେ ନିଜର ଯୋଗଦାନ ରିପୋର୍ଟ ଦାଖଲ କରିଛନ୍ତି।
ଏ ଅବସର ରେ ଅଧ୍ୟକ୍ଷା ଡ଼ ସୋନିଆ ଜୈନ, ପୂର୍ବତନ ଇଓ କମଳାସନ ରଥ ଓ ଏନଏସି କର୍ମଚାରି ଉପସ୍ଥିତ ରହି ନୂତନ ଇଓ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
ସହରର ସାମଗ୍ରିକ ବିକାଶ, ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ସ୍ୱଚ୍ଛ ଓ ଉତ୍ତରଦାୟୀ ପ୍ରଶାସନ ଗଠନ ପାଇଁ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଏନଏସି ଅଧିକ ସକ୍ରିୟ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ସହରବାସୀଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି।