ନୂଆପଡା -୧୩/୯(ସୁରେନ୍ଦ୍ର ତିୱାରୀ ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ଆନୁକୂଲ୍ୟରେ ଏବଂ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ନ୍ୟାୟାଧିଶ ନିରଞ୍ଜନ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ନୂଆପଡ଼ା ସୁନୀଲ କୁମାର ଦାସ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ଖଡ଼ିଆଳ ପ୍ରଣମ କୁମାର ରାଉତ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପ୍ରଜ୍ଞା ପରମିତା ମହାପାତ୍ର, ବରିଷ୍ଠ ଦେୱାନୀ ଜଜ୍ ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ବରିଷ୍ଠ ଦେୱାନୀ ଜଜ୍ ଖରିଆର ଇଶା ପତି, ରେଜିଷ୍ଟ୍ରାର୍ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଏସ୍.ଡି.ଜେ.ଏମ୍ ସ୍ନାତକୀ ଦାଶ, ଜେ.ଏମ.ଏଫ଼୍.ସି, କୋମନା ସମୃଦ୍ଧି ସାଗରିକା ବାରିକ, ଜେ.ଏମ.ଏଫ.ସି, ସିନାପାଲି ପ୍ରଜ୍ଞା ପାରମିତା ମହାନ୍ତି, ଜେ.ଏମ.ଏଫ.ସି, ଖରିଆର ସମିକ୍ଷା ସା, ଜେ.ଏମ.ଏଫ.ସି, ବୋଡେନ ପଲ୍ଲବୀ ଦାସ ଏବଂ ବିଭିନ୍ନ ରାଜସ୍ୱ ବିଭାଗ ଅଂଶଗ୍ରହଣ କରି ୨୦୭୫ ଗୋଟି ବିଭିନ୍ନ ମାମଲା ଯଥା ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ, ମୋଟର ଦୂର୍ଘଟଣାଜନିତ କ୍ଷତିପୂରଣ ଓ ରାଜସ୍ବ ମାମଲାଗୁଡିକ ବିଚାର କରାଯାଇ ଥିଲା ଏବଂ ୪,୦୯,୦୮,୦୦୦/- ଟଙ୍କା ଆପୋଷ ସମାଧାନ କରାଯାଇଅଛି। ସେହିପରି ବିଭିନ୍ନ ବ୍ୟାଙ୍କ୍ ଏବଂ ବିଦ୍ୟୁତ୍ ବିଭାଗ ଅଂଶଗ୍ରହଣ କରି ୨୬୫ ଗୋଟି ବ୍ୟାଙ୍କ ବକେୟା ୠଣ ଓ ବିଦ୍ୟୁତ ଶୁକ୍ଳ ଦେୟ ମାମଲାର ଆପୋଷ ବୁଝାମଣା ରେ ସମାଧାନ ହୋଇ ୫୦,୫୫,୪୫୨/- ଟଙ୍କା ଆଦାୟ ହୋଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁଶ୍ରୀ ନବନୀତା ଦାଶ ଲୋକ ଅଦାଲତର ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ର ବିପୁଳ ପ୍ରଚାର ଜିଲ୍ଲା ପ୍ରଶାସନ ସହାୟତାରେ କରାଯାଇଥିଲା । ଏହି କାର୍ଯ୍ୟାଳୟ ଦ୍ବାରା ପ୍ରସ୍ତୁତ ଏକ ଭିଡିଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ବସଷ୍ଟାଣ୍ଡରେ ଥିବା ବୃହତ୍ ଏଲ୍.ଇ.ଡ଼ି ପରଦାରେ ପ୍ରସାରଣ କରାଯାଇଥିଲା ।ନୂଆପଡ଼ା ଓ ଖରିଆର ରୋଡ଼୍ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବିଦ୍ୟୁତ୍ ବିଭାଗର ଗାଡ଼ି ସହାୟତାରେ ଲୋକ ଅଦାଲତ ଆୟୋଜନ ବିଷୟରେ ବିପୁଳ ପ୍ରଚାର କରାଯାଇଥିଲା । ସେଥିପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁଶ୍ରୀ ନବନୀତା ଦାଶ ଜିଲ୍ଲା ପ୍ରଶାସନ, ନୂଆପଡ଼ା ଓ ଖରିଆର ରୋଡ଼୍ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବିଦ୍ୟୁତ୍ ବିଭାଗକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୫ ଅନୁଷ୍ଠିତ
54