Home ରାଜ୍ୟଦୀର୍ଘ କର୍ମମୟ ଜୀବନର ଗୌରବମୟ ଅଧ୍ୟାୟର ସମାପ୍ତି: ସିନାପାଲି କ୍ଲଷ୍ଟର ପକ୍ଷରୁ ଦୁଇ ବରିଷ୍ଠ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା।

ଦୀର୍ଘ କର୍ମମୟ ଜୀବନର ଗୌରବମୟ ଅଧ୍ୟାୟର ସମାପ୍ତି: ସିନାପାଲି କ୍ଲଷ୍ଟର ପକ୍ଷରୁ ଦୁଇ ବରିଷ୍ଠ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା।

by Maraguda Express
0 comments
ନୂଆପଡ଼ା -୧୨/୦୭- ଶିକ୍ଷା କେବଳ ଏକ ପେଶା ନୁହେଁ, ବରଂ ସମାଜ ଗଠନର ଏକ ମହାନ ସେବା। ଏହି ଆଦର୍ଶକୁ ସାର୍ଥକ କରି ଦୀର୍ଘ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ନିଜକୁ ସମର୍ପିତ କରିଥିବା କାପସି ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ ସାହୁ ଓ ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସତ୍ୟରୂପା ଯୋଷୀଙ୍କ ଅବସର ଉପଲକ୍ଷେ ସିନାପାଲି କ୍ଲଷ୍ଟର ପକ୍ଷରୁ ଏକ ଆନ୍ତରିକ ଓ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା।ସ୍ଥାନୀୟ ମେହେରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସିଆରସିସି ବଂଶୀଧର ଜଗତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଶିଷ୍ଟ ଶିକ୍ଷାବିତ୍ ତୁଳସୀରାମ ମେହେର ମୁଖ୍ୟଅତିଥି, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରସନ୍ନ ମାଝୀ ମୁଖ୍ୟବକ୍ତା ଏବଂ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଞ୍ଜନ ମେହେର, ଅସ୍ମିତା ପାଢ଼ୀ ଓ ହୃଦାନନ୍ଦ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଦାୟୀ ଶିକ୍ଷକ ବିଜୟ ସାହୁ ଓ ଶିକ୍ଷୟିତ୍ରୀ ସତ୍ୟରୂପା ଯୋଷୀ ମଧ୍ୟ ମଞ୍ଚାସୀନ ରହିଥିଲେ।ଅତିଥିମାନେ ନିଜ ଅଭିଭାଷଣରେ ଉଭୟ ଶିକ୍ଷକଙ୍କ ନିଷ୍ଠା, କର୍ତ୍ତବ୍ୟପରାୟଣତା, ତ୍ୟାଗ ଓ ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ଅକୃତ୍ରିମ ସ୍ନେହର ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କ ଦୀର୍ଘ କର୍ମମୟ ଜୀବନ ଆଗାମୀ ପିଢ଼ିର ଶିକ୍ଷକମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତ ପ୍ରକାଶ ପାଇଥିଲା।ଏହି ଅବସରରେ ଉଭୟ ବିଦାୟୀ ଶିକ୍ଷକଙ୍କୁ ଉପଢ଼ୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ରିତାଞ୍ଜଳୀ ଚାନ୍ଦ ଓ ନୀଳିମା ସୁପକାର ମାନପତ୍ର ପାଠ କରି ସେମାନଙ୍କ କର୍ମମୟ ଜୀବନର ସଫଳତାକୁ ସ୍ମରଣ କରାଇଥିଲେ।ପ୍ରାରମ୍ଭରେ ସନ୍ତୋଷିନୀ ମେହେର ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। କାର୍ଯ୍ୟକ୍ରମରେ ସିନାପାଲି କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇ ବିଦାୟୀ ଦୁଇ ଶିକ୍ଷକଙ୍କୁ ଶୁଭେଚ୍ଛା ଓ ଦୀର୍ଘ, ସୁସ୍ଥ ଏବଂ ସୁଖମୟ ଅବସର ଜୀବନର କାମନା କରିଥିଲେ।ଶେଷରେ ବରିଷ୍ଠ ଶିକ୍ଷକ କିଶୋର କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha