71
ବୋଡେ଼ନ -୨୪/୯ (ଜଗତରାମ ଦଣ୍ଡସେନା) ବୋଡେ଼ନ ବ୍ଲକର ବିଜୁ ଏକ୍ସପ୍ରେସ ଫୋର ୱେ ଖଇରା ଛକ ରେ ଯାତ୍ରୀ ବିଶ୍ରାମ ଗାର ନଥିବାରୁ ଲୋକେ ବର୍ଷା ଖରା ରେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏହା ଚାରିଛକ ହୋଇଥିବାରୁ ବିଭିନ୍ନ ଗ୍ରାମରୁ ଲୋକେ ନୂଆପଡା, ଖରିଆର, ବୋଡେ଼ନ, ଓ ସିନାପାଲି ପଟକୁ ଯା ଆସ କରନ୍ତି, ହେଲେ ଯାତ୍ରୀ ବିଶ୍ରାମ ଗାର ନଥିବାରୁ ଖରା ବର୍ଷାରେ ହନ୍ତସନ୍ତ ହେଉଥିବା ଦେଖାଯାଇଛି l ଏଣୁ ବିଭାଗୀୟ କର୍ତୃ ପକ୍ଷ ଉପରୋକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମସ୍ୟାର ଆଶୁ ସମାଧାନ କରିବାକୁ ସାଧାରଣ ରେ ଦୃଢ଼ ଦାବୀ ହେଉଛି ।