Home ରାଜ୍ୟସିକ୍ୟୁରିଟୀ ଗାର୍ଡ ସ୍ୱର୍ଗତ ଲଘୁତମ ସାହୁ ସମ୍ବନ୍ଧରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଧିକ୍ଷକଙ୍କ ସୂଚନା ପ୍ରଦାନ l

ସିକ୍ୟୁରିଟୀ ଗାର୍ଡ ସ୍ୱର୍ଗତ ଲଘୁତମ ସାହୁ ସମ୍ବନ୍ଧରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଧିକ୍ଷକଙ୍କ ସୂଚନା ପ୍ରଦାନ l

ଏହି ଅପମୃତ୍ୟୁ ଘଟଣା ଏଵଂ ଏହାର କାରଣ ସମ୍ବନ୍ଧରେ ତଦନ୍ତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ, (ସାଧାରଣ)ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l

by Maraguda Express
0 comments

ନୂଆପଡା -୩/୧୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଧିକ୍ଷକ ଏକ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ ଗତକାଲି ମୃତ୍ୟବରଣ କରିଥିବା ସିକ୍ୟୁରିଟୀ ଗାର୍ଡ ଲଘୁତମ ସାହୁ, ପଲସାଗୁଡା, ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡା ର ବାସିନ୍ଦା ଥିଲେ l ସେ ଗତ ୧୫ ବର୍ଷ ଧରି ଏହି ଡାକ୍ତରଖାନା ରେ ବିଭିନ୍ନ ଆଉଟ୍ ସୋର୍ସିଂ ସଂସ୍ଥା ମାଧ୍ୟମରେ କାମ କରୁଥିଲେ l ଗତ ଫେବୃଆରୀ ମାସରୁ ସେ କେଆର ସିକ୍ୟୁରିଟୀ ଏଣ୍ଡ ଏଲାଇଡ ସର୍ଭିସ୍ ସଂସ୍ଥା ଦ୍ଵାରା ପୁନଃ ନିଯୁକ୍ତ ହୋଇଥିଲେ l ସେ ଫେବୃଆରୀ ମାସରେ କାମ କରିଥିବା ୨୩ ଦିନର, ମାର୍ଚ୍ଚ ମାସରେ ୧୬ ଦିନର ଦରମା ପାଇଥିଲେ l ଏପ୍ରିଲ୍ ରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେ କର୍ତ୍ତୃପକ୍ଷ ଙ୍କ ବିନା ଅନୁମତିରେ ଛୁଟିରେ ରହିଥିବାରୁ ଏ ସମୟରେ ତାଙ୍କର ଦରମା ହୋଇନାହିଁ l ଏହା ପରେ ସେ ସେପ୍ଟେମ୍ବର ମାସରେ ୨୪ ଦିନ ଏବଂ ଅକ୍ଟୋବର ମାସରେ ୨୨ ଦିନ କାମ କରିଛନ୍ତି କିନ୍ତୁ ଏହି ଦୁଇ ମାସର ଦରମା ହୋଇନଥିବାରୁ ଉକ୍ତ ସଂସ୍ଥା ତାଙ୍କୁ ଏହା ଦେଇ ନଥିଲା । ଏହି ଅଭାବନୀୟ ଘଟଣାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅନ୍ତେଷ୍ଟୀକ୍ରିୟା ପାଇଁ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ତତ୍କାଳୀନ ସହାୟତା ବାବଦରେ ୨୦ ହଜାର ଟଙ୍କା ସ୍ୱର୍ଗତ ସାହୁଙ୍କ ପତ୍ନୀଙ୍କୁ ମଞ୍ଜୁର କରିଛନ୍ତି l ଏହାସହିତ ନିଯୁକ୍ତିଦାତା ସଂସ୍ଥା କେଆର ସିକ୍ୟୁରିଟୀ ଏଣ୍ଡ ଏଲାଇଡ ସର୍ଭିସ୍ ତାଙ୍କୁ ଦୁଇ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଅପମୃତ୍ୟୁ ଘଟଣା ଏଵଂ ଏହାର କାରଣ ସମ୍ବନ୍ଧରେ ତଦନ୍ତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ, (ସାଧାରଣ)ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ଏହି କମିଟିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଉପ ନିର୍ଦ୍ଦେଶକ ଜିଲ୍ଲା ପରିଷଦ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଏବଂ ତହସିଲଦାର ନୂଆପଡା ସଦସ୍ୟ ରହିବେ l କମିଟି ସ୍ୱର୍ଗତ ସାହୁଙ୍କ ସହ ଜଡ଼ିତ ବିଭିନ୍ନ ବ୍ୟକ୍ତି ଏବଂ ସଂସ୍ଥାକୁ ପଚରାଉଚରା କରି ସାତ ଦିନ ଭିତରେ ଏହି ଅପମୃତ୍ୟୁର କାରଣ ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha