ନୂଆପଡା- ୧୬/୧୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାରୁ କୁଷ୍ଠରୋଗ ସମୁଳେ ବିନାଶ ପାଇଁ ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟି ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇ ଯାଇଛି l ୨୦୨୭ ସୁଦ୍ଧା ଜିଲ୍ଲାରୁ କୁଷ୍ଠ ରୋଗ ସମ୍ପୂର୍ଣ ଲୋପ ହେବା ପାଇଁ ଲକ୍ଷ ରଖା ଯାଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସି ଡି ଏମ୍ ଓ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ l ଏଥିରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସଭାକୁ ସମ୍ବୋଧନ କରି ଡଃ ତନ୍ମୟ ତ୍ରିପାଠୀ, ଏଡିପିଏଚଓ, କୁଷ୍ଠ ରୋଗ କହିଲେ ଯେ ଜିଲ୍ଲାରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ୧୭ ନଭେମ୍ବର ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ l ଗାଁ ଗାଁ,ପ୍ରତ୍ୟେକ ଘର ଘର ବୁଲି ଆଶା ଓ ସ୍ୱାସ୍ଥ୍ୟ କର୍ମୀ ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରି ନିକଟସ୍ଥ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଙ୍କ ଦ୍ଵାରା ରୋଗ ନିଦାନ କରାଇ ନିଶୁଳ୍କ ଭାବରେ ଔଷଧ ପ୍ରଦାନ କରିବେ ଓ ସବୁ ଲୁକାୟିତ ସନ୍ଧିଗ୍ଧ ମାନଙ୍କୁ ମଧ୍ୟ ଚିହ୍ନଟ କରିବେ।ଏଥିପାଇଁ ବୈଠକ କରି ଆଶା ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି ।ସମସ୍ତଙ୍କୁ ଅନୁରୋଧ ଯେ ଯିଏ ବି ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ତାକୁ ଲୁଚାଇବେ ନାହିଁ କି ଚିକିତ୍ସା ପାଇବା ପାଇଁ ଅବହେଳା କରିବେ ନାହିଁ lତାହେଲେ ଆମର କୁଷ୍ଠ ରୋଗ ନିରାକରଣ ୨୦୨୭ ସୁଦ୍ଧା ସମ୍ଭବ ହୋଇପାରିବ। ଡଃ ଅନିତା ସାହୁ, ଜିଲ୍ଲା ସଂଯୋଜିକା ପାୱାର ପଏଣ୍ଟ ମାଧ୍ୟମରେ ସମସ୍ତ ବିଷୟ ବୁଝାଇଥିଲେ। ଏଥିପାଇଁ
ଜିଲ୍ଲା ଠାରୁ ଗ୍ରାମ ସ୍ତର ପର୍ଯ୍ୟନ୍ତ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ତାଲିମ ଦିଆଯିବ।ଅଭିଯାନ ସମୟରେ ଏବଂ ପୂର୍ବରୁ ମାଇକିଂ ଏବଂ ବ୍ୟାନର/ପୋଷ୍ଟର/ଲିଫଲେଟ୍ ପ୍ରଦର୍ଶନ ମାଧ୍ୟମରେ ଆଇଇସି କାର୍ଯ୍ୟକଳାପ ଘନିଷ୍ଠ ଭାବରେ କରାଯିବ। ସନ୍ଦିଗ୍ଧ ରୋଗୀ ଙ୍କ ସୁପାରିଶ ଏବଂ ସମୟ ମଧ୍ୟରେ ନିଶ୍ଚିତକରଣ ହେବ। ପର୍ଯ୍ୟବେକ୍ଷକଙ୍କ ମାଧ୍ୟମରେ ଘର ଘର ଖୋଜା କାର୍ଯ୍ୟକଳାପର ତଦାରଖ ହେବ । ଅଭିଯାନ ସମୟରେ ଦେଖା ଯାଇଥିବା ଯେକୌଣସି ସମସ୍ୟାର ସମାଧାନ ପାଇଁ ସମ୍ପ୍ରଦାୟ ନେତା/ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ ହେବ ।ଦଳ, ପର୍ଯ୍ୟବେକ୍ଷକ, ମନିଟର, ଚିକିତ୍ସା ଅଧିକାରୀଙ୍କ ଠାରୁ ପ୍ରାପ୍ତ ତଥ୍ୟ ଉପରେ ତୁରନ୍ତ ବିଶ୍ଳେଷଣ ହୋଇ କାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ହେବ l ଏହି ଅଭିଯାନର ଲକ୍ଷ୍ୟ ହେଉଛି ଲୁଚି ରହିଥିବା କୁଷ୍ଠ ରୋଗ ଚିହ୍ନଟ କରିବା, ସମ୍ପ୍ରଦାୟରେ ରୋଗ କାରକଙ୍କ ସଂକ୍ରମଣକୁ ବାଧା ଦେବା , କୁଷ୍ଠରୋଗ ପ୍ରତି ନୀତି ନିର୍ଦ୍ଧାରକଙ୍କ ଦୃଷ୍ଟି ଆକର୍ଷଣ କରିବା ଓ କାର୍ଯ୍ୟକ୍ରମର ଆଇ ଇ ସି କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଭାବରେ ପରିପୂରକ କରିବା। ଅଭିଯାନ ସମୟରେ ୧୦୦% ସନ୍ଦିଗ୍ଧ ଯାଞ୍ଚ/ନିଶ୍ଚିତକରଣ ହେବ l ବ୍ଲକ ସ୍ତରରେ ଆଶା/ଏଫଏଲଡବ୍ଲ୍ୟୂ/ଏଚଡବ୍ଲ୍ୟୁ/ସ୍ୱାସ୍ଥ୍ୟ ପରିଦର୍ଶକଙ୍କୁ ତାଲିମ ଦିଆଯିବ l ଅଭିଯାନ ୧୭ ରୁ ୩୦ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ l ବୁଧବାର ଏବଂ ରବିବାର ବ୍ୟତୀତ ଅନ୍ୟ ଦିନ ମାନଙ୍କରେ କୁଷ୍ଠ ରୋଗୀଙ୍କ ଚିହ୍ନଟ ପାଇଁ ଆଶା/ଏଫଏଲଡବ୍ଲ୍ୟୁ ଘର ପରିଦର୍ଶନ କରିବେ l
ସର୍ବେକ୍ଷକଙ୍କ ଦ୍ୱାରା ସୁପାରିଶ କରାଯିବାର ୭୨ ଘଣ୍ଟା ମଧ୍ୟରେ ମେଡିକାଲ ଅଫିସରଙ୍କ ଦ୍ୱାରା ୧୦୦% ସନ୍ଦିଗ୍ଧ ପରୀକ୍ଷା।
ରାଜ୍ୟକୁ ୧୦ ଡିସେମ୍ବର ୨୫ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ ହେବ l ଆଜିର ଏହି ବୈଠକରେ ଡିଏମଓ ଡଃ ମନୋଜ କୁମାର ସାହୁ, ଏଡିପିଏଚଓ ଡଃ ଗୁରୁ ପ୍ରସାଦ ଜେନା, ଡଃ ଜଗତବନ୍ଧୁ ମହାପାତ୍ର, ଡିପିଏମ ସତ୍ୟ ନାରୟଣ ତ୍ରିପାଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏସ୍ ଗୀତା, ଡିଏସଏସଓ ଅନନ୍ତ କୁମାର ହେମ୍ବ୍ରମ, ଏଡି ଇଓ ସୁଧାଂଶୁ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସ୍ବାସ୍ଥ୍ୟ ବିଭାଗ ରୁ ଫିରୋଜ କୁମାର ବାଗ, ଶରତ ଚନ୍ଦ୍ର ନାଏକ୍ ପ୍ରମୁଖ ଯୋଗଦେଇ ଥିଲେ ।


କୁଷ୍ଠରୋଗ ବିନାଶ ପାଇଁ ସମନ୍ଵୟ କମିଟି ବୈଠକ।୨୦୨୭ ସୁଦ୍ଧା ଜିଲ୍ଲାରୁ କୁଷ୍ଠ ରୋଗ ଲୋପ ହେବ।
46
previous post