Home ରାଜ୍ୟଲଖନା ବିରାଟ ଧନୁଯାତ୍ରା ମହୋତ୍ସବ କମିଟି ଗଠିତ।

ଲଖନା ବିରାଟ ଧନୁଯାତ୍ରା ମହୋତ୍ସବ କମିଟି ଗଠିତ।

ଚଳିତ ମାସ ୧୧ ଡ଼ିସେମ୍ବର ରୁ ୨୫ ଡ଼ିସେମ୍ବର ୨୦୨୫ ଯାଏଁ ୧୦ ଦିନ ବ୍ୟାପି ଅନୁଷ୍ଠିତ ହେବ।

by Maraguda Express
0 comments

ନୂଆପଡା -୬/୧୨ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ବିରାଟ ଧନୁଯାତ୍ରା ମହୋତ୍ସବ ଗତ ୧୭ ବର୍ଷ ରୁ କ୍ରମାଗତ ଅନୁଷ୍ଠି ହୋଇ ଆସୁଛି। ଚଳିତ ବର୍ଷ ମଧ୍ୟ ହର୍ଷ ଉଲ୍ଲାସ ରେ ଅଞ୍ଚଳର ଜନ ସାଧାରଣ ଙ୍କ ପାଇଁ ପାରମ୍ପାରିକ କଂସ ଦରବାର,ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ମୀନା ବଜାର ଆକର୍ଷଣ ର କେନ୍ଦ୍ର ରହିବ। ଚଳିତ ବର୍ଷ ର କମିଟି ଚୟନ ହୋଇ ଯାଇଛି। ଉପରୋକ୍ତ ବିରାଟ ଧନୁଯାତ୍ରା ମହୋତ୍ସବ ଚଳିତ ୧୧ ଡିସେମ୍ବର ତାରିଖ ଗୁରୁବାର ଠାରୁ ୨୦ ଡ଼ିସେମ୍ବର ୨୦୨୫ ତାରିଖ ଶନିବାର ପର୍ଯ୍ୟନ୍ତ ସ୍ଥାନୀୟ ଧନୁଯାତ୍ରା ପଡିଆରେ ମହାସମାରୋହ ରେ ଅନୁଷ୍ଠିତ ହେବ ।  ଏହି ୧୦ ଦିନ ବ୍ୟାପି ବିରାଟ ଧନୁଯାତ୍ରା ମହୋତ୍ସବରେ ଲଖନା ଗ୍ରାମ ମଥୁରାନଗରୀ ଓ ପାଖ ପେଠିଆପାଲି ଗ୍ରାମ ଗୋପପୁର ପାଲଟିବ। ୧୧ ତାରିଖ ଉଦଘାଟନୀ ଉତ୍ସବ ଠାରୁ ପ୍ରତ୍ୟହ ସନ୍ଧ୍ୟାରେ ମଥୁରା ନରେଶ ମହାରାଜ କଂସଙ୍କ ଆକର୍ଷଣୀୟ ଦରବାର ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଦିବସରେ ଅସୁର ବଧ, ନାରଦ କଂସଙ୍କ ସମ୍ବାଦ, ଦେବକୀ ବିବାହ, କଂସ ମହାରାଜାଙ୍କ ସିଂହାସନ ଆରୋହଣ, ଦେବକୀଙ୍କ ଷଡ଼ପୁତ୍ର ବିନାଶ, ସ୍ୱର୍ଗପୁର ଆକ୍ରମଣ, କଂସ ମହାରାଜଙ୍କ ନଗର ପରିକ୍ରମା, ଶ୍ରୀକୃଷ୍ଣ ଜନ୍ମ, ପୁତନା ପ୍ରେରଣ, ଷଢ଼ମଲ୍ଲ ବିନାଶ, ମଗଧ ନଗରୀ ଆକ୍ରମଣ, କଂସ ମହାରାଜଙ୍କ ବିବାହ ଓ କାଳୀୟ ଦଳନ, ନନ୍ଦ ଉତ୍ସବ, ରଙ୍ଗାସଭା, ଅକ୍ରୁର ପ୍ରେରଣ, ଯମ ଦରବାର, ଗୋପପୁରରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଶେଷ ରଜନୀରେ କୃଷ୍ଣ ବଳରାମଙ୍କ ହାତରେ ମହାରାଜ କଂସଙ୍କ ବଦ୍ଧ ମଞ୍ଚସ୍ଥ ହେବ ବୋଲି ଜଣାପଡିଛି । ସେହିପରି ଲଖନା ଧନୁଯାତ୍ରା ପଡିଆ ଠାରେ ଜଣଶୁଣା ଗ୍ରାଣ୍ଡ ମହଳ ଅପେରା ମଧ୍ୟ ଅନୁଷ୍ଠିତ ହେବ! ପ୍ରତ୍ୟେକ ଦିନ ଅଞ୍ଚଳର ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଓ ବିଭିନ୍ନ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ମୀନାବଜାର ଆଦି ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଦର୍ଶକମାନେ ସୁବିଧାରେ ଧନୁଯାତ୍ରା ଦେଖିବା ପାଇଁ ଆୟୋଜକ କମିଟି ପକ୍ଷରୁ ସମସ୍ତ ପ୍ରକାରର ଶାନ୍ତି ଶୃଙ୍ଖଳା ସହ ବ୍ୟବସ୍ଥା କରାଯିବ । ଏହି ଧନୁଯାତ୍ରାର ମହାରାଜ କଂସ ଭୂମିକାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ର ଚିଚିଣ୍ଡା ଗ୍ରାମର ବରିଷ୍ଠ କଳାକାର କଂସ ଭୂମିକା ରେ ଅଭିନୟ କରିବେ ଝସକେତନ ପ୍ରାଧନ ଓ ତାଙ୍କ ସାଥୀମାନେ ବିଭିନ୍ନ ଭୂମିକାରେ ଅଭିନୟ କରିବେ। ଲଖନା ପୋଲିସ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରାଯାଇଛି। ଚଳିତ ବର୍ଷ ଆୟୋଜକ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । କମିଟିରେ ନୂତନ ସଭାପତି ରୂପେ ସ୍ଥାନୀୟ ସାମ୍ବାଦିକ ପୁରୋହିତ ସୁନାନୀ ସମ୍ପାଦକ ଶୁଗ୍ରେ ବରିହା କୋଷାଧକ୍ଷ ଗୌରୀଶଙ୍କର ପଣ୍ଡା (ବୁଲୁ) ମନୋନୀତ କରିଥିବା ବେଳେ ସହଯୋଗୀ ପାଇଁ ଉପ ସଭାପତି ଦେବେନ୍ଦ୍ର ବାଗ, ଶହ ସମ୍ପାଦକ ଆଜିମ ଅଲ୍ଲୀ ଶହ କୋଷାଧକ୍ଷ ସୁରେଶ ସାହୁ ମୁଖ୍ୟ କମିଟି ରେ ଅଛନ୍ତି । ସେହିପରି ଉପଦେଷ୍ଟା କମିଟି ରେ ଗୋପମଣୀ ପାଣିଗ୍ରାହୀ,ଗଣେଶରାମ ସାହୁ, ବିଦ୍ୟାଧର ଶବର, ଇସାକ ଅଲ୍ଲୀ, ସେହେବାଜ ହୁସେନ, ଇର୍ସାଦ ଅଲ୍ଲୀ, ରହିମଭାଇ, ଗାଳିବ ହୁସେନ, ରଜୁ ଭାଇ,ବିଭୁ ସାହୁ, ମୋତିଲାଲ ବନଛୋର,ରଫିକ ଭାଇ, ନରେଶଜୈନ, ମନୋଜ ଜୈନ,ସବୀରହୁସେନ, ବିଜୟ ବାରିକ
ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ଓ ଲଖନା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଜଣାପଡିଛି ।
ଶୁକ୍ରବାର ଧନୁଯାତ୍ରା ମହୋଉତ୍ସବ ପାଇଁ ଶୁଭସ୍ତମ୍ଭ ଆୟୋଜନ ହୋଇଯାଇଛି। ଏଥିରେ ପୂଜକ ଓ ଧନୁଯାତ୍ରା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha