Home ରାଜ୍ୟଶିକ୍ଷା, ଗବେଷଣା ଓ ସାହିତ୍ୟ କ୍ଷେତ୍ରରେ ନୂଆପଡ଼ାର ଗର୍ବ – ଡ. କପିଳେନ୍ଦ୍ର ଦାସଙ୍କୁ ‘ଭାରତ ରତ୍ନ ଗୌରବ ସମ୍ମାନ’ ।

ଶିକ୍ଷା, ଗବେଷଣା ଓ ସାହିତ୍ୟ କ୍ଷେତ୍ରରେ ନୂଆପଡ଼ାର ଗର୍ବ – ଡ. କପିଳେନ୍ଦ୍ର ଦାସଙ୍କୁ ‘ଭାରତ ରତ୍ନ ଗୌରବ ସମ୍ମାନ’ ।

by Maraguda Express
0 comments
    ନୂଆପଡ଼ା -୮/୭- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଭେଳା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ଏବଂ ଖଡିଆଳ ରାଜା ଏ.ଟି. ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. କପିଳେନ୍ଦ୍ର ଦାସ ଶିକ୍ଷା, ଗବେଷଣା ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବିସ୍ମରଣୀୟ ଅବଦାନ ପାଇଁ ନେସନାଲ ଏଜୁକେସନ୍ ଫୋରମ୍, କଲିକତା ପକ୍ଷରୁ ପ୍ରଦାନ କରାଯାଉଥିବା ସମ୍ମାନଜନକ “ଭାରତ ରତ୍ନ ଗୌରବ ସମ୍ମାନ” ରେ ସମ୍ମାନିତ ହୋଇଛନ୍ତି।ଦୀର୍ଘ ଶିକ୍ଷକତା ଜୀବନରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ସହ ଶିକ୍ଷାର ଉନ୍ନତି ପାଇଁ ସେ ନିଷ୍ଠା, ସମର୍ପଣ ଓ ଆଦର୍ଶର ଉଦାହରଣ ସୃଷ୍ଟି କରିଛନ୍ତି। ଅବସର ଗ୍ରହଣ ପରେ ମଧ୍ୟ ସେ ଗବେଷଣା, ଶିକ୍ଷାଗତ ଲେଖାଲେଖି ଓ ସାହିତ୍ୟ ସାଧନାକୁ ଜାରି ରଖିଛନ୍ତି। ତାଙ୍କର ଗବେଷଣା ପତ୍ର ଭାରତୀୟ ଶିକ୍ଷା ବ୍ୟବସ୍ଥାର ସଂସ୍କାର ସମ୍ବନ୍ଧୀୟ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇ ପ୍ରଶଂସା ସାଉଁଟିଛି।ଏହାପୂର୍ବରୁ ମଧ୍ୟ ଡ. ଦାସ ଆଦର୍ଶ ବିଦ୍ୟାରତ୍ନ ସମ୍ମାନ, ବନ୍ଦେ ଭାରତ ନେସନାଲ ଆୱାର୍ଡ଼, ସମ୍ବିଧାନ ରକ୍ଷକ ସମ୍ମାନ, ଇଣ୍ଡିଆନ୍ ଲିଟ୍ରେଚର୍ ଆୱାର୍ଡ଼ ଏବଂ ଶ୍ରେଷ୍ଠ ଲେଖକ ଆୱାର୍ଡ଼ ସହ ଅନେକ ଜାତୀୟ ସମ୍ମାନରେ ସମ୍ମାନିତ ହୋଇ ସାରିଛନ୍ତି। ଏହି ସଫଳତା କେବଳ ତାଙ୍କର ବ୍ୟକ୍ତିଗତ ଗୌରବ ନୁହେଁ, ବରଂ ସମଗ୍ର ନୂଆପଡ଼ା ଜିଲ୍ଲା ପାଇଁ ଗର୍ବର ବିଷୟ।ଡ. ଦାସ କହିଛନ୍ତି, ଗୁଣାତ୍ମକ ଶିକ୍ଷାର ପ୍ରସାର, ଗବେଷଣାକୁ ପ୍ରୋତ୍ସାହନ ଏବଂ ଆଗାମୀ ପିଢ଼ିକୁ ସତ୍ୟନିଷ୍ଠା, ପରିଶ୍ରମ ଓ ସମର୍ପଣର ସହିତ ଜ୍ଞାନ ଆହରଣ ପାଇଁ ପ୍ରେରିତ କରିବା ହିଁ ତାଙ୍କର ପ୍ରମୁଖ ଲକ୍ଷ୍ୟ।ଏହି ସମ୍ମାନର ଖବର ପ୍ରକାଶ ପାଇବା ପରେ ନୂଆପଡ଼ା ସହ ସମଗ୍ର ରାଜ୍ୟର ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାହିତ୍ୟିକ, ପୂର୍ବତନ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଡ. କପିଳେନ୍ଦ୍ର ଦାସଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha