Home ରାଜ୍ୟନେସନାଲ କଲେଜ ରେ ୧୪ ଦିନିଆ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ।

ନେସନାଲ କଲେଜ ରେ ୧୪ ଦିନିଆ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ।

by Maraguda Express
0 comments
ନୂଆପଡା -୮/୧ (ସୁରେନ୍ଦ୍ର ତିୱାରୀ) ନେସନାଲ କଲେଜ୍ ନୂଆପଡାରେ +୩ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷl ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି । ୨୬ ଡିସେମ୍ବର ୨୦୨୫ ତାଲିମ ଶିବିର ଉଦ୍ଘାଟିତ ହୋଇ ଆଜି ୦୮ ଜାନୁଆରୀ ୨୦୨୬, ୧୪ ଦିବସୀୟ ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି। +୩ ପ୍ରଥମ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ୨୦୪ ଜଣ ଛାତ୍ରୀ ଏଥିରେ ଭାଗ ନେଇଥିଲେ, ସକାଳ ୯ ଟାରୁ ଆରମ୍ଭ ହୋଇ ତାଲିମ୍ ଶିବିର ପ୍ରତ୍ୟେକ ଦିନ ୧୦ ଟା ପର୍ଯ୍ୟନ୍ତ ଚାଲିଥିଲା। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀମତୀ ଡ଼ ପ୍ରଣତୀ ପଣ୍ଡା ଯୋଗ ଦେଇ ଛାତ୍ରୀ ମାନଙ୍କୁ ସମ୍ବୋଧନ କରିଥିଲେ। ଉଦଯାପନୀ ଉତ୍ସବରେ କଲେଜ୍ ଅଧ୍ୟକ୍ଷ ହିତେଶ କୁମାର ସାହୁ, ମୁଖ୍ୟ ଅତିଥି, ବିଧାନ ଚନ୍ଦ୍ର ମିଶ୍ର, ମମତା ପଟନାୟକ, ବୈଦ୍ୟନାଥ ଗର୍ତ୍ତିଆ, ନମ୍ରତା ତ୍ରିପାଠୀ, ଅତିଥି ରୂପେ ଯୋଗଦେଇ ଥିଲେ ଓ ତାଙ୍କର ଅଭିଭାଷଣରେ ଛାତ୍ରୀ ମାନଙ୍କୁ ଆତ୍ମବିଶ୍ବାସ,ତଥା ସବୁଦିନ ଅଭ୍ୟାସ ପାଇଁ ଆହ୍ଵାନ କରିଥିଲେ,ବିଶିଷ୍ଟ ଅତିଥି ରୂପେ ଯୋଗଦେଇ ଥିଲେ ଅବକାରୀ ବିଭାଗର ବୃଦବତି ଓ ପୂର୍ଣ୍ଣିମା ମେଡମ୍ । ଅଂଶ ଗ୍ରହଣକାରୀ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରଯାଇଥିଲା, ଛାତ୍ରୀ ମାନେ ଆତ୍ମ ସୁରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ। ମାଷ୍ଟର ଟ୍ରେନର ସୁରେଖା ବାଗ ଛାତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ ।ଆତ୍ମ ସୁରକ୍ଷା ତାଲିମ୍ ଶିବିର ର ଜିଲ୍ଲା ସଂଯୋଜକ ପ୍ରକାଶ କୁମାର ସାହୁ ଏହି କାର୍ଯକ୍ରମକୁ ତଥା ମଞ୍ଚ ପରିଚାଳନା କରିଥିଲେ। କଲେଜ୍ ର ଛାତ୍ରୀ କୁମକୁମ୍ ସିନହା ଧନ୍ୟବାଦ୍ ଅର୍ପଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha