73
ଏକତା ଛକରୁ ଜିଲ୍ଲାପାଳ ଅଫିସ: ସୃଷ୍ଟି ହେଲା ମାନବ ଶୃଙ୍ଖଳା –
“ନିଶାକୁ ନା, ଜୀବନକୁ ହଁ” — ଏହି ବାର୍ତ୍ତା ସହ ଯୁବପିଢ଼ି ଙ୍କୁ ନିଶା ଠାରୁ ଦୂରେଇ ରହି ଏକ ସୁନ୍ଦର ଓ ପ୍ରଗତିଶୀଳ ସମାଜ ଗଠନରେ ସାମିଲ ହେବାକୁ ପ୍ରଶାସନ ତରଫରୁ ଆହ୍ୱାନ କରାଯାଇଥିଲା। ଶହ ଶହ ସଂଖ୍ୟାର ସାମିଲ ହେଲେ ଜନସାଧାରଣ
Table of Contents
ନୂଆପଡ଼ା -୨୪/୬- ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଅବସରରେ ନୂଆପଡ଼ା ସହରରେ ଦେଖିବାକୁ ମିଳିଛି ଏକ ଅଭୂତପୂର୍ବ ଦୃଶ୍ୟ। ଯୁବପିଢ଼ିଙ୍କୁ ନିଶାର କରାଳ ଗ୍ରାସରୁ ରକ୍ଷା କରିବା ଏବଂ ଏକ ସୁସ୍ଥ ସମାଜ ଗଠନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଶାଳ ଜନସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି।
