65

ନୂଆପଡ଼ା -୧୯/୦୨‐(ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଭଟ୍ଟାପାଣି କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା ନଙ୍ଗଲବୋଡ଼ ଆଶ୍ରମ ବିଦ୍ଯାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଭଟ୍ଟାପାଣି ସିଆରସିସି ତରୁଣ କୁମାର ମେହେରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ନିରାକାର ସାହୁ ଓ ସମ୍ମାନିତ ଅତିଥି ଭାବରେ ଖଗେଶ୍ବର ମାଝୀ, ସରୋଜ ପାଢ଼ୀ ଉପସ୍ଥିତ ଥିଲେ ।
ଶିକ୍ଷାଦାନ ସମୟରେ କେବଳ ପୁସ୍ତକ ପାଠ୍ୟକ୍ରମର ମୌଖିକ ଶିକ୍ଷାଦାନ ଅପେକ୍ଷା ଶିକ୍ଷଣ ସାମଗ୍ରୀର ବ୍ୟବହାରିକ ଓ ଉଦାହରଣମୂଳକ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ପ୍ରଭାବୀ କରିଥାଏ ଓ ଏହା କୋମଳମତି ପିଲାଙ୍କ ସ୍ମୃତିରେ ଦୀର୍ଘସ୍ଥାୟୀ ହୋଇପାରେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଦେବପୂଜନ ପରେ ଅତିଥିଙ୍କ ଦ୍ୱାରା ମେଳା ଉଦଘାଟିତ ହୋଇଥିଲା । ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ତିଆରି ପାଇଁ ପୋର୍ଟିପଡ଼ା ଉଚ୍ଚ ମାଧ୍ଯମିକ ବିଦ୍ଯାଳୟକୁ ପ୍ରଥମ, ଭୁଲିଆଭଟା ଉଚ୍ଚ ପ୍ରାଥମିକକୁ ଦ୍ବିତୀୟ ଓ ଭଟ୍ଟାପାଣି ଏବଂ ନୂଆଁମାଳପଡ଼ା ଉଚ୍ଚ ପ୍ରାଥମିକ ବିଦ୍ଯାଳୟକୁ ତୄତୀୟ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । କାର୍ଯ୍ଯକ୍ରମରେ ଅନ୍ଯମାନଙ୍କ ମଧ୍ଯରେ ରୋଶନ ସେଠି, ଶୁଭଲକ୍ଷ୍ମୀ ଜେନା, ଜ୍ଯୋସ୍ନାରାଣୀ ମାଝୀ, ସରିତା ମେହେର, କୄଷ୍ଣ ଚଂଦ୍ର ଧାକଡ଼, ଲକ୍ଷ୍ମଣ ନାଗ, ବ୍ଯୋମକେଶ ସାହୁ, ଲକ୍ଷ୍ମଣ ମାଝୀ, ଅକ୍ଷୟ ଛତି, ଲକ୍ଷ ଶିଖା, ତହସିଲ ମାଝୀ, ହରେକୃଷ୍ଣ ମେହେର, ସୁନିଲ କୁମାର ହେର୍ଣ୍ଣା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।