38
ନୂଆପଡ଼ା -୧୨/୩- ନୂଆପଡ଼ା ବ୍ଳକ୍ ଜୁନାନୀ ଗାଁର ସରକାରୀ ସ୍କୁଲ ଭୂମୀକୁ ଜାଲିଆତି କରି ହଡ଼ପ କରି ନିଆଯାଇଥିବା ଅଭିଯୋଗ ହୋଇଥିଲା| ଆଜି ଏହି ଘଟଣାରେ ପୁଲିସ୍ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଜୋଙ୍କ ଥାନା ଖରିଆର ରୋଡ଼ ଗୁରୁ ନାନକ ନଗରର ରାଜେଶ ଚୌବେ (୨୭), ପରମଜିତ ସିଂ ବଗା (୫୮), ଧରମବନ୍ଧା ଥାନା କେନ୍ଦୁବାହାରା ଗାଁର ମାନ ବାଈ ରାଉତ (୫୫), ଭରତ ମାଝୀ (୫୬) ଓ ନେମି ଚନ୍ଦ ହରିଜନ (୫୪) ଉପରୋକ୍ତ ଅଭିଯୁକ୍ତ ଙ୍କ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହାର ଅଧିକ ତଦନ୍ତ ଜାରି ରହିଥିବା ନୂଆପଡ଼ା ଥାନା ଆଇଆଇସି ଗଙ୍ଗାଧର ମେହେର ସୂଚନା ପ୍ରଦାନ କରିଛନ୍ତି। ଖେଳ ପଡିଆ ଭୂମି ଜାଲିଆତି ମାମଲାରେ ଜମି ମାଫିଆ ଗିରଫ ହୋଇଥିବା ବେଳେ ଉପରୋକ୍ତ କେସ ରେ ସମ୍ପୃକ୍ତ ସବ୍ ରେଜିଷ୍ଟ୍ରାର, କିରାଣି, ରାଜସ୍ବ ନିରୀକ୍ଷକ, ଓକିଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ କେବେ ଗ୍ରହଣ କରାଯିବ ବୋଲି ଜୁନାନି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ?

ଚଳିତ ମାସ ୨ ମାର୍ଚ୍ଚ ୨୦୨୬ ତାରିଖ ଦିନ ରେ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ନେତୃତ୍ବରେ ଗାଁର ଶତାଧିକ ପୁରୁଷ, ମହିଳା ଓ ଛାତ୍ରଛାତ୍ରୀ ଏକ ଶୋଭା ଯାତ୍ରା ରେ ଆସି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହ ବିକ୍ଷୋଭ ଓ ପ୍ରତିବାଦ କରି ସମ୍ୟକ ଧାରଣା ମଧ୍ୟ ଦେଇଥିଲେ । ଏହା ପରେ ଗତକାଲି ନୂଆପଡ଼ା ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ବେଳେ ଜମି ଜାଲିଆତିର ମୁଖ୍ୟ ଷଡ଼ଯନ୍ତ୍ରକାରୀମାନେ ଏବେ ବି ବାହାରେ ନିର୍ଭୟ ରେ ବିଚରଣ କରୁଥିବା ଅଭିଯୋଗ ହୋଇଛି।