Home ରାଜ୍ୟବୃହତ ସ୍ୱଚ୍ଛତା ଅଭିଯାନ ଓ ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସଆଇଆର) ପାଇଁ ବୈଠକ।

ବୃହତ ସ୍ୱଚ୍ଛତା ଅଭିଯାନ ଓ ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସଆଇଆର) ପାଇଁ ବୈଠକ।

by Maraguda Express
0 comments
ନୂଆପଡ଼ା – ୧୪/୩ – ନୂଆପଡ଼ା ଜିଲ୍ଲା ଖରିଆର ରୋଡ ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷା ଡାଃ ସୋନିଆ ଜୈନଙ୍କ ଅଧ୍ୟକ୍ଷତାରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପଜିଲ୍ଲାପାଳ ସୁରମୀ ସୋରେନଙ୍କ ମଧ୍ୟ ଉପସ୍ଥିତି ରହିଥିଲେ। ବୈଠକରେ ୧୪ ତାରିଖ ସକାଳ ୮ ଟା ରୁ ୧୦ ଟା ପର୍ଯ୍ୟନ୍ତ ଖରିଆର ରୋଡ଼ ରେ “ବୃହତ ସ୍ୱଚ୍ଛତା ଅଭିଯାନ” ଅନୁଷ୍ଠିତ କରିବାର ନିଷ୍ପତ୍ତି ନିଆଯାଇଥିଲା। ଏହି ଅଭିଯାନ କେବଳ ସ୍ୱଚ୍ଛତା କାର୍ଯ୍ୟକ୍ରମ ନୁହେଁ, ବରଂ ସ୍ୱଚ୍ଛ, ସୁନ୍ଦର ଏବଂ ଜନ ସଚେତନତା ସହ ନଗର ଗଠନର ସଂକଳ୍ପ ଅଟେ। ବୈଠକରେ ଏସଆଇଆର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ଅନ୍ତର୍ଗତ ମତଦାତା ତାଲିକାରୁ ସଂପୃକ୍ତ କାର୍ଯ୍ୟର ସମୀକ୍ଷା କରାଯାଇଛି। ନିର୍ବାଚନ କମିସନ ଦ୍ୱାରା ପରିଚାଳିତ ଏହି ମହତ୍ତ୍ୱପୂର୍ଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ବିଏଲଓ ଙ୍କ ସହଯୋଗ ଦେବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି, ଯାହାଦ୍ୱାରା ପ୍ରତ୍ୟେକ ନାଗରିକଙ୍କ ନାମ ମତଦାତା ତାଲିକାରେ ଯୋଡି ହୋଇପାରିବ ଏବଂ ଲୋକତନ୍ତ୍ର ମଜବୁତ ହୋଇପାରିବ। ଅଧ୍ୟକ୍ଷା ଡ଼ଃ ଜୈନ ସମସ୍ତ ସମ୍ମାନିତ ନାଗରିକଙ୍କ ପାଖକୁ ବିନମ୍ର ଅପିଲ କରିଛନ୍ତି କି ଆଜିର ଏହି ସ୍ୱଚ୍ଛତା ଅଭିଯାନରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦାନ କରି ନିଜ ନଗରର ପ୍ରତି ନିଜର ଦାଇତ୍ୱ ଓ କର୍ତ୍ତବ୍ୟ ପାଳନ କରିବେ। ଏବଂ ଏସଆଇଆର ରେ ସମସ୍ତ ବିଏଲଓ ଙ୍କ ସହଯୋଗ ପ୍ରଦାନ କରିବେ। ଆମେ ସମସ୍ତେ ମିଶି ଖରିଆର ରୋଡ଼କୁ ସ୍ୱଚ୍ଛ, ସୁନ୍ଦର ଏବଂ ସଚେତନ ନଗର କରିବାର ଦୃଢ଼ ସଂକଳ୍ପ ନେବା। ବୈଠକ ର ନିଷ୍ପତି କ୍ରମେ ଆଜି ଖରିଆର ରୋଡ ନଗର ଠାରେ ବୃହତ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇଛି। କୁଢ଼ କୁଢ଼ ଅଳିଆ ଆବର୍ଜନା ସଂଗ୍ରହ କରାଯାଇ ସଫାଇ କରାଯାଇଛି। ଉପରୋକ୍ତ ଅଭିଯାନ ରେ ଏନଏସି ଅଧ୍ୟକ୍ଷା ସହ ଅନେକ ସରକାରି କର୍ମଚାରୀ, କାଉନସିଲର, ସହର ର ଗଣ୍ୟମାନ୍ୟ ନାଗରିକ ଯୋଗଦାନ୍  ଦେଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha