Home ରାଜ୍ୟସମନ୍ୱିତ ଶିଶୁ ବିକାଶ ଯୋଜନା ର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ : ଶ୍ରେଷ୍ଠ କିଚେନ୍ ଗାର୍ଡେନ୍ ଓ ଆଙ୍ଗନୱାଡ଼ି କର୍ମୀଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ।

ସମନ୍ୱିତ ଶିଶୁ ବିକାଶ ଯୋଜନା ର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ : ଶ୍ରେଷ୍ଠ କିଚେନ୍ ଗାର୍ଡେନ୍ ଓ ଆଙ୍ଗନୱାଡ଼ି କର୍ମୀଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ।

by Maraguda Express
0 comments
ନୂଆପଡ଼ା -୩୦/୦୮- ନୂଆପଡ଼ା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ସମନ୍ୱିତ ଶିଶୁ ବିକାଶ ଯୋଜନା (ICDS)ର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ICDS ପ୍ରକଳ୍ପର କାର୍ଯ୍ୟଦକ୍ଷତା ସମୀକ୍ଷା ସହ ଆଧାର ଅପଡେଟ୍‌, କର୍ମଚାରୀଙ୍କ ପଦସ୍ଥିତି, ଆଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି, କ୍ଷେତ୍ର ପରିଦର୍ଶନ ଏବଂ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ଏହି ଅବସରରେ ICDS ଅଧୀନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୃତୀ ଆଙ୍ଗନୱାଡ଼ି କର୍ମୀମାନଙ୍କୁ ସମ୍ମାନିତ କରାଯାଇଥିଲା। କୋମନା ବ୍ଲକ୍‌ ତରବୋଡ଼ ଅନ୍ତର୍ଗତ ବାଢ଼ିଆପଡ଼ାର ପୁଷ୍ପାଞ୍ଜଳି ଶବରଙ୍କୁ ଶ୍ରେଷ୍ଠ କିଚେନ୍ ଗାର୍ଡେନ୍ ପାଇଁ ପୁରସ୍କୃତ କରାଯାଇଥିଲା। ସେହିପରି ଖଡ଼ିଆଳ ବ୍ଲକ୍‌ର ଗୀତା ବିଶି ଓ କୁସୁମଖୁଣ୍ଟାର ସବିତା ମାଝୀଙ୍କୁ ଶ୍ରେଷ୍ଠ ଆଙ୍ଗନୱାଡ଼ି କର୍ମୀ ଭାବେ ସମ୍ମାନିତ କରାଯାଇଥିଲା।
ଏଥିସହ ନୂଆପଡ଼ା ବ୍ଲକ୍‌ର ପାଟପରପାଲି ଗ୍ରାମର ନିର୍ମଳ ଶବର ଓ ଲକ୍ଷ୍ମୀପ୍ରଭା ଶବରଙ୍କୁ ଶ୍ରେଷ୍ଠ ‘ସ୍ୱାମୀ-ସ୍ତ୍ରୀ ମେଳି’ ପାଇଁ ସମ୍ମାନିତ କରାଯାଇଥିଲା।ଜିଲ୍ଲାପାଳ ଶ୍ରୀ ଦାଶ ICDS ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଦାୟିତ୍ୱବୋଧର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶିଶୁ ଓ ମାତୃ ସ୍ୱାସ୍ଥ୍ୟର ସାମଗ୍ରିକ ଉନ୍ନତି, ପୁଷ୍ଟିସାଧନ ଏବଂ ଆଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ ନିରନ୍ତର ଗୁରୁତ୍ୱ ଦେବାକୁ ସେ କହିଥିଲେ।ବୈଠକରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରେମଲତା ସେଠୀଙ୍କ ସମେତ ବିଭିନ୍ନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ଓ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha