80
ବୋଡ଼େନ – ୧୯/୩ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅଧିନସ୍ଥ ଦବେରୀ ର ଅଙ୍ଗନୱାଡି- ୧ ର ସହାୟିକା ପଦବୀ ଦୀର୍ଘ ଦିନ ରୁ ଖାଲି ପଡିଥିଲା। ଉପରୋକ୍ତ ସହାୟିକା ପଦବୀ ପ୍ରାର୍ଥୀ ଚୟନ ନିମନ୍ତେ ସ୍କୃଟିନି କରିଛନ୍ତି ଶିଶୁ ବିକାଶ କାର୍ଯ୍ୟାଳୟ ,ବୋଡ଼େନ । ଏ ସମ୍ପର୍କ ରେ ସିଡିପିଓ ଙ୍କୁ ପ୍ରତିକ୍ରିୟା ମାଗିବାରୁ ମାଡା ଏରିଆ ହୋଇଥିବାରୁ ଆଦିବାସୀ ମହିଳା ଙ୍କୁ ଚୟନ କରିଛି ବୋଲି ମନ୍ତବ୍ୟ ଦେଇଛନ୍ତି ।ଦାବେରି ର ଜଣେ ଭିନ୍ନକ୍ଷମ +୨ ପାସ କରିଥିବା ଚନ୍ଦ୍ରକାନ୍ତି ବନ୍ଦୀଛୋ ର ନାମକ ମହିଳା ର କାଗଜ ପତ୍ର ଯାଞ୍ଚ କରିଥିବା ବେଳେ ଶୁକଳପୁର ର ଏକ ବିଭାଗୀୟ ମହିଳା ଅଧିକାରୀ ଲାଞ୍ଚ ନେଇ ଲଛମନୀ ମାଝୀ ଙ୍କୁ ଚୟନ କରିଛନ୍ତି ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ଓ ଆଶାୟୀ ପ୍ରାର୍ଥୀନୀ । ଘଟଣା କୁ ଅନୁଧ୍ୟାନ ଓ ତଦନ୍ତ କରି ଯୋଗ୍ୟ ପ୍ରାର୍ଥୀନୀ ଙ୍କୁ ନିଯୁକ୍ତି ଦେବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଉ । ଜିଲ୍ଲା ପ୍ରଶାସନ ଉପରୋକ୍ତ ସହାୟିକା ଚୟନ ରେ ହୋଥିବା ଅନିୟମିତତା ର ନିରପେକ୍ଷ ତଦନ୍ତ କରି ଉପଯୁକ୍ତ ପ୍ରାର୍ଥୀନୀ ଙ୍କୁ ନିଯୁକ୍ତି ଦେବା ପାଇଁ ଦୃଷ୍ଟି ଦେବେ ବୋଲି ଗ୍ରାମବାସୀମାନେ ଦୃଢ଼ ଦାବି କରିଛନ୍ତି।