30
ବୋଡେ଼ନ ସଦର – ୧୯/୩ (ଚନ୍ଦ୍ର କୁମାର ଦୀପ) -ଲଙ୍ଗଳ କଥା ବୁଝୁଛି କ୍ଷେତ, କ୍ଷେତ କଥା ବୁଝେ ଚାଷୀ …ଓଡ଼ିଆ ମନ, ଓଡ଼ିଆ ପ୍ରାଣ ବୁଝେ ପଖାଳ … ଓଡିଶା ମୋ ଓଡିଶା.. ଏଭଳି ଅନେକ ଗୀତ ପଖାଳ କୁ ନେଇ ରହିଛି। ପଖାଳ ଏକ ଖାଦ୍ୟ ନୁହେଁ, ଏହା ପ୍ରତିଟି ଓଡ଼ିଆଙ୍କର ଆବେଗ। ୨୦୧୧ ମସିହା ରୁ କିଛି ଖାଦ୍ୟ ପ୍ରେମୀ ଏହି ଦିବସ ପାଳନ କରିଥିଲେ। ଏହା ପରେ ଦିନ ବଡ଼ ହେବା ସହିତ ରୌଦ୍ର ତାପ ବୃଦ୍ଧି ଘଟିଥାଏ। ତାପ ରୁ ରକ୍ଷା ପାଇବା ପାଈଁ ଓଡ଼ିଆ ମାନେ ପଖାଳ ଓ ତୋରାଣି ଖାଇଥାନ୍ତି। ଧନୀ ହେଉ କି ଗରିବ ସମସ୍ତେ ପଖାଳ ଖାଇବାକୁ ପସନ୍ଦ କରନ୍ତି। ପୂର୍ବରୁ ଅଭାବୀ ଚାଷୀ ପରିବାରର ଚାଷୀ ପୁଅ ଯେତେବେଳେ ବିଲକୁ କାମରେ ଯାଉଥିଲା ଗାମୁଛାରେ ପଖାଳ କଂସା ଟିଏ ବାନ୍ଧି ନେଇ ଯାଉଥିଲା। ବାସୀ ପଖାଳ ସାଙ୍ଗକୁ ଶାଗ ଭଜାଟେ ହେଲେ ପେଟ ପୁରିଯାଉଥିଲା। ନ ‘ତିଅଣ, ଛଅ ଭଜା ଦରକାର ପଡ଼ୁନଥିଲା। ଏହି ପଖାଳ ଦିବସ କୁ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ କେଶରାଜପୁର ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରୀଙ୍କ ନେତୃତ୍ୱ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଦହି ପଖାଳ ଖାଇ ପଖାଳ ଦିବସ ପାଳନ କରିଥିଲେ l ଏଥିରେ ବିଦ୍ୟାଳୟର ସାଗର ମହାନ୍ତି, ଲିଲି ପଟେଲ,ଲକ୍ଷ୍ମଣ ବରିହା, ମନୋଜ ବେହେରା, କ୍ଷେତ୍ର ମାଝୀ, ରଞ୍ଜନ ବଘେଲ,ନରୋତ୍ତମ ବାଗ, ରାମଚନ୍ଦ୍ର ମାଝୀ,ସତ୍ୟ ପ୍ରକାଶ ଦଣ୍ଡସେନା,ଅନିମା ବାରିଖ,ରମ୍ଭା ବେହେରା,ଶୁଭଶ୍ରୀ ସାହୁ ସୁନିତା ସାହୁ,କିଷାନ କହ୍ନେୟା ପଟେଲ,ପଙ୍କଜ ମାଝୀ,ଯଦୁମଣି ବାରିଖ, ପ୍ରମୁଖ ପଖାଳ ଦିବସ ପାଳନ କରିଥିଲେ lଏହା ସହ ଜିଲ୍ଳା ର ବିଭିନ୍ନ ସ୍ଥାନରେ ବାସୀ ପଖାଳ, ଦହି ପଖାଳ, ଅଦା ପଖାଳ, ଭଳି ବିଭିନ୍ନ ପଖାଳ ପାଈଁ ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଛି। ବିଭିନ୍ନ ସ୍ଥାନରେ ସମସ୍ତେ ଏକତ୍ରିତ ହୋଇ ପଖାଳ ଦିବସ ପାଳନ କରୁଛନ୍ତି।