Home ରାଜ୍ୟନଗର ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ : ରାଜସ୍ୱ ସଂଗ୍ରହରେ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱ।

ନଗର ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ : ରାଜସ୍ୱ ସଂଗ୍ରହରେ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱ।

by Maraguda Express
0 comments
ନୂଆପଡା – ୧୯/୦୩-  ନଗର ଉନ୍ନୟନ ସଂସ୍ଥା ର ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ୟାଳୟ କଲେକ୍ଟରେଟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ତିନୋଟି ଏନଏସି — ନୂଆପଡା, ଖଡିଆଳ ଓ ଖରିଆର ରୋଡର କାର୍ଯ୍ୟାବଳୀ ସମୀକ୍ଷା ସହିତ ରାଜସ୍ୱ ସଂଗ୍ରହ, ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ, ପିଏମଏୱାଇ (ନଗର) ଓ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (ଏମଏସବିୱାଇ) ର କାର୍ଯ୍ୟାନ୍ବୟନ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ଅଧ୍ୟକ୍ଷତା ରେ ଆହୁତ ବୈଠକ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଲମ୍ବୋଦର ଧରୁଆ ବିଭିନ୍ନ ଏନଏସିର କାର୍ଯ୍ୟ ପ୍ରଗତି ଓ ଆର୍ଥିକ ତଥ୍ୟ ଉପସ୍ଥାପନ କରିଥିଲେ।୨୦୨୫– ୨୬ ଆର୍ଥିକ ବର୍ଷ ପାଇଁ ରାଜସ୍ୱ ସଂଗ୍ରହ ସମୀକ୍ଷାରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟରେ ଖଡିଆଳ ଏନଏସି ପ୍ରାୟ ୯୯.୦୩ ପ୍ରତିଶତ ସଫଳତା ହାସଲ କରିଥିବାବେଳେ ନୂଆପଡା ୯୦.୦୩ ପ୍ରତିଶତ ଓ ଖରିଆର ରୋଡ ୯୦.୯ ପ୍ରତିଶତ ସଫଳତା ହାସଲ କରିଛି। ଏନ୍ ଏ ସି ସମ୍ପତ୍ତି ଭଡାରେ ଖଡିଆଳ ୮୬.୬୪ ପ୍ରତିଶତ ଓ ନୂଆପଡା ୪୭.୮୩ ପ୍ରତିଶତ ଆଦାୟ କରିଛି। ବ୍ୟବସାୟ ଲାଇସେନ୍ସ ଆଦାୟରେ ମଧ୍ୟ ସନ୍ତୋଷଜନକ ପ୍ରଗତି ଦେଖାଯାଇଛି। ସମୁଦାୟ ରାଜସ୍ୱ ସଂଗ୍ରହରେ ଖଡିଆଳ ୭୬.୬୭ ପ୍ରତିଶତ, ନୂଆପଡା ୭୬.୧୦ ପ୍ରତିଶତ ଓ ଖରିଆର ରୋଡ ୯୨.୬୦ ପ୍ରତିଶତ ସଫଳତା ରହିଛି। ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ଅଧୀନରେ ସମସ୍ତ ୱାର୍ଡରେ ଡୋର୍-ଟୁ- ଡୋର ବର୍ଜ୍ୟ ସଂଗ୍ରହ କାର୍ଯ୍ୟ ସୁଚାରୁ ଭାବେ ଚାଲୁଥିବାବେଳେ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ଓ ପ୍ରକ୍ରିୟାକରଣରେ ମଧ୍ୟ ଉନ୍ନତି ଦେଖାଯାଇଛି।ପିଏମଏୱାଇ (ନଗର) ଅଧୀନରେ ଘର ନିର୍ମାଣ କାର୍ଯ୍ୟରେ ଗତି ଆସିଥିବାବେଳେ ଅସମ୍ପୂର୍ଣ୍ଣ ଘରଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏମଏସବିୱାଇ ଯୋଜନାରେ ବିଭିନ୍ନ ପ୍ରକଳ୍ପର ଅନୁମୋଦନ, ଟେଣ୍ଡର ଓ କାର୍ଯ୍ୟାନ୍ବୟନ ଅବସ୍ଥା ସମୀକ୍ଷା କରାଯାଇଥିଲା। ଅନୁମୋଦିତ ପ୍ରକଳ୍ପ ଗୁଡ଼ିକରେ ଶୀଘ୍ର କାମ ଆରମ୍ଭ କରି ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜୋର ଦିଆଯାଇଥିଲା। ବହୁ ଉଦ୍ଧେଶୀୟ କୋଠା (ମଲ୍ଟି ପରପଜ୍ ହଲ୍) ନିର୍ମାଣ କାର୍ଯ୍ୟରେ ଅଧିକାଂଶ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ କେତେକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଥିବା ତଥ୍ୟ ବୈଠକରେ ଉପସ୍ଥାପିତ ହୋଇଥିଲା।ଜିଲ୍ଲାପାଳ ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ରାଜସ୍ୱ ସଂଗ୍ରହରେ ୧୦୦ ପ୍ରତିଶତ ଲକ୍ଷ୍ୟ ପ୍ରାପ୍ତି, ସହରମାନଙ୍କର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣରେ ଅଗ୍ରଗତି ଆଣିବା ସହିତ ଯୋଜନା ମାନଙ୍କର ସଫଳ କାର୍ଯ୍ୟାନ୍ବୟନ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଥିଲେ।ଏହି ବୈଠକରେ ନୂଆପଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡିଆଳ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା, ଖରିଆର ରୋଡ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥଙ୍କ ସହ ନଗର ଉନ୍ନୟନ ଓ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀମାନେ ଯୋଗ ଦେଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha