67
ନୂଆପଡା -୩୦/୩ – ତୁ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ… ନୀତି ରେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳରେ ନିର୍ମାଣ ଓ ଖନନ କାର୍ଯ୍ୟ ଚାଲିଛି ଯତ୍ ଦ୍ୱାରା କି ଜନସାଧାରଣ ହନ୍ତ ସନ୍ତ ହେଉଛନ୍ତି। ଖଡ଼ିଆଳ ର କାୟା ବୃଦ୍ଧି ଯୋଗୁ ଥାନା ଠାରୁ ଆଜ଼ାଦ ଛକ ପର୍ଯ୍ୟନ୍ତ ସବୁ ବେଳେ ଟ୍ରାଫିକ ଜାମ ରହୁଛି, ବିଶେଷ କରି ବଜ଼ାର ଦିନ ମାନଙ୍କରେ। ଖଡ଼ିଆଳ ଗୁରୁ ନାନକ ଛକ ଠାରୁ ମହିଳା ମହାବିଦ୍ୟାଳୟ ଦେଇ ରକ୍ତାମ୍ବରୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ସୋଚନୀୟ ଥିବାରୁ ଲୋକ ତାକୁ ବ୍ୟବହାର କରିବାକୁ ପସନ୍ଦ କରୁନଥିଲେ କିନ୍ତୁ ଏହି ରାସ୍ତା ମେନରୋଡ଼ ର ଭିଡ଼ କମାଇବା ରେ ସହାୟକ ହେବ ବୋଲି ବହୁ ଦାବି ଓ ଆନ୍ଦୋଳନ ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏହି କାର୍ଯ୍ୟ ହାତକୁ ନେଇ ବହୁତ ସୁନ୍ଦର ରାସ୍ତା ତିଆରି ହୋଇଛି କିନ୍ତୁ ବିଡମ୍ବନା ଯେ ରାସ୍ତା କାମ ନ ସରୁଣୁ କିଛି ବ୍ୟକ୍ତି ପାଣି ସଂଯୋଗ ପାଇଁ ଭେଟିନାରୀ ପାଖେ ରାସ୍ତା କୁ ଖୋଳି ଦେଇଛନ୍ତି । ଏ ବିଷୟରେ ପରିଷଦ ର କର୍ମକର୍ତା ଙ୍କୁ ପଚାରିଲେ ସେମାନେ ଏ ବିଷୟରେ ଜାଣି ନାହାନ୍ତି ଓ ଅନୁସନ୍ଧାନ କରି ଜଣେଇବୁ ବୋଲି କହିଛନ୍ତି। ଖବର ଲେଖିଲା ବେଳକୁ ପିଏଚଡି ବିଭାଗର କେହି କର୍ମକର୍ତା ଙ୍କ ମତାମତ ଆସିପାରିନାହିଁ। ଏ ପରି ସହର ର ଦୀର୍ଘ ଦିନର ଦାବି ପୂରଣ ନ ହେଉଣୁ ତାକୁ ଧରାଶାୟୀ କରିବାରେ ଯେଉଁ ଅସାଧୁ ବ୍ୟକ୍ତି ମାନେ କାର୍ଯ୍ୟ କରିଛନ୍ତି ତାଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ପାଇଁ ଦାବି ହେଉଛି। ପ୍ରକାଶ ଯୋଗ୍ୟ ଯେ ଗ୍ରୀଷ୍ମ ଋତୁ ରେ ପାନୀୟ ଜଳ ଯୋଗାଣ କୁ ମଧ୍ୟ ପ୍ରଭାବିତ କରିବାକୁ ଏହି ଉଦ୍ୟମ କୁ ଜନସାଧାରଣ ନାପସନ୍ଦ କରିଛନ୍ତି । ସବୁଠାରୁ ଘୋର ଆଶ୍ଚର୍ଯ୍ୟ ର ବିଷୟ ଯେ ରାସ୍ତା ଖରାପ ସମୟରେ ଜଳ ଯୋଗାଣ ପାଇଁ ପାଇପ ନ ଖୋଲି ରାସ୍ତା କାମ ହେବା ପରେ ଖୋଲିବା ଉଦ୍ଧେଶ୍ୟ କଣ ବୋଲି ବୁଦ୍ଧିଜୀବୀ ମହାଲ ରେ ଚର୍ଚ୍ଚା ହେଉଛି।
