Home ରାଜ୍ୟଏଲପିଜି ଗ୍ୟାସ ସୁଚାରୁ ଯୋଗାଣ ପାଇଁ ସମନ୍ୱୟ ବୈଠକ: କଳା ବଜାରି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ।

ଏଲପିଜି ଗ୍ୟାସ ସୁଚାରୁ ଯୋଗାଣ ପାଇଁ ସମନ୍ୱୟ ବୈଠକ: କଳା ବଜାରି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ।

by Maraguda Express
0 comments
ନୂଆପଡ଼ା -୦୨/୦୪- ନୂଆପଡ଼ା ଜିଲ୍ଲାରେ ଏଲପିଜି ଗ୍ୟାସ ଓ ପେଟ୍ରୋଲିୟମ ପଦାର୍ଥର ସୁଚାରୁ ଯୋଗାଣ ଓ ବଣ୍ଟନ ପାଇଁ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସଭା କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ପ୍ରଶାସନ ପକ୍ଷରୁ ଏଲପିଜି ସିଲିଣ୍ଡର ଯୋଗାଣକୁ ସୁଚାରୁ କରିବା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ବିସ୍ତୃତ ଅବଗତ କରାଇଥିଲେ। ଜିଲ୍ଲାପାଳ ଏଲପିଜି ଗ୍ୟାସର କଳା ବଜାରି ଓ ଅନ୍ୟାନ୍ୟ ଅନିୟମିତତାକୁ ରୋକିବାକୁ ଜୋର ଦେଇଥିଲେ। ଏଥିପାଇଁ ନିୟମିତ ଭାବେ ନିରୀକ୍ଷଣ ଓ ଚଢ଼ାଉ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଲୋକମାନଙ୍କ ମଧ୍ୟରେ କୌଣସି ପ୍ରକାର ଏଲପିଜି ଗ୍ୟାସର ଅଭାବ ଭୟ ସୃଷ୍ଟି ନ ହେବା ପାଇଁ ସଚେତନତା ଜାରି ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ଘରୋଇ ସିଲିଣ୍ଡରର ଅବୈଧ ବ୍ୟବହାର ବିରୋଧରେ ହୋଟେଲ ଓ ଢାବାମାନଙ୍କ ଉପରେ ଚଢ଼ାଉ କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରିବାକୁ ସେ କହିଥିଲେ। ଜିଲ୍ଲାପାଳ ଏଲପିଜି ଗ୍ୟାସ ବଣ୍ଟନ କେନ୍ଦ୍ରରେ ଅପେକ୍ଷାରତ ଗ୍ରାହକ ମାନଙ୍କ ପାଇଁ ଛାୟା ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ବିତରକମାନଙ୍କୁ ପରାମର୍ଶ ଦେଇଥିଲେ। ହୋଟେଲ ମାଲିକମାନଙ୍କୁ ଘରୋଇ ସିଲିଣ୍ଡର ବଦଳରେ ବାଣିଜ୍ୟିକ ସିଲିଣ୍ଡର ବ୍ୟବହାର କରିବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ।
ଏଥି ସହିତ, ଶ୍ରେଷ୍ଠ ଏଲପିଜି ବିତରକଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣ କରିଥିଲେ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ ଏଲପିଜି ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି ନ କରିବାକୁ ସଚେତନ କରିଥିଲେ ଏବଂ ବଣ୍ଟନ କେନ୍ଦ୍ରରେ ଭିଡ଼ ପରିଚାଳନା ସହ ଆଇନ-ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି କହିଥିଲେ। ବୈଠକରେ ସିଡିଏମଓ ଡ. ଧନେଶ୍ୱର ସେଠୀ, ଏସିଏସଓ ଶ୍ରୀମତୀ ପୂର୍ଣ୍ଣାଶା ଭୋଇ, ଯୋଗାଣ ନିରୀକ୍ଷକ ଶ୍ରୀମତୀ ସୁଭଶ୍ରୀ ଦାଶ, ଡିଏସ୍‌ଡବ୍ଲ୍ୟୁଓ ଶ୍ରୀମତୀ ଏସ ଗୀତା, ଡିଡବ୍ଲ୍ୟୁଓ ଦୀପ୍ତିମନ୍ତ ଭୋଇ, ଡିଇଓ ପ୍ରଶାନ୍ତ କୁମାର ମହାନ୍ତି ସହ ଅନ୍ୟାନ୍ୟ ଅଧିକାରୀମାନେ, ଜିଲ୍ଲାର ସମସ୍ତ ଏଲପିଜି ବିତରକମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha