37

ନୂଆପଡ଼ା -୧୬/୦୭- ନୂଆପଡ଼ା ବ୍ଲକ୍ ଚୌହାନ୍ ଗଣା ସମାଜର ବ୍ଲକ୍ ସ୍ତରୀୟ ପଦାଧିକାରୀ ନିର୍ବାଚନ ଶାନ୍ତି ଶୃଙ୍ଖଳା ପରିବେଶରେ ସଫଳତାର ସହ ସମାପନ ହୋଇଛି। ସମାଜର ବରିଷ୍ଠ ନେତୃବୃନ୍ଦ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ, ଗଣତାନ୍ତ୍ରିକ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା।
ନିର୍ବାଚନ ପରିଚାଳନାର ଦାୟିତ୍ୱ ଜିଲ୍ଲା ଉପସଭାପତି ତଥା ବିଜେପି ଏସ୍ସି ମୋର୍ଚ୍ଚା ଜିଲ୍ଲା ସଭାପତି ରାଧେ ଶ୍ୟାମ ବାଗ, ଅମର ସିଂହ ମହାନନ୍ଦ, ରାମ ଚରଣ ତାଣ୍ଡି ଏବଂ ଭୋଗ ସିଂ ବାଗ ସଫଳତାର ସହ ତୁଲାଇଥିଲେ। ସେମାନଙ୍କ ନେତୃତ୍ୱରେ ସମଗ୍ର ନିର୍ବାଚନ ପ୍ରକ୍ରିୟା ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।