Home ରାଜ୍ୟନୂଆପଡ଼ା ଜିଲ୍ଲା ଗଠନର ଜନକ ସ୍ୱର୍ଗତ ଘାସିରାମ ମାଝୀଙ୍କ ଜୟନ୍ତୀ ପାଳିତ; ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନ ପାଇଁ ୨ ଲକ୍ଷ ଟଙ୍କାର ଘୋଷଣା।

ନୂଆପଡ଼ା ଜିଲ୍ଲା ଗଠନର ଜନକ ସ୍ୱର୍ଗତ ଘାସିରାମ ମାଝୀଙ୍କ ଜୟନ୍ତୀ ପାଳିତ; ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନ ପାଇଁ ୨ ଲକ୍ଷ ଟଙ୍କାର ଘୋଷଣା।

by Maraguda Express
0 comments
ନୂଆପଡ଼ା- ୧୬/୭ – ନୂଆପଡ଼ା ଜିଲ୍ଲା ଗଠନର ଜନକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଘାସିରାମ ମାଝୀଙ୍କ ଜୟନ୍ତୀ ଅବସର ରେ ଜିଲ୍ଲାରେ ଶ୍ରଦ୍ଧା ଓ ସମ୍ମାନର ସହ ଏକ ଭବ୍ୟ କାର୍ଯ୍ୟକ୍ରମ ଗତକାଲି ପାଳିତ ହୋଇଯାଇଛି। ଘାସିରାମ ମାଝୀ ସ୍ମୃତି ପରିଷଦ ପକ୍ଷରୁ ନୂଆପଡ଼ା ନ୍ୟାସନାଲ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସ୍ମୃତି ସଭାରେ ବିଶିଷ୍ଟ ବ୍ୟକ୍ତିବର୍ଗ, ଜନପ୍ରତିନିଧି ଓ ବୁଦ୍ଧିଜୀବୀ, ସାମ୍ୱାଦିକମାନେ ଯୋଗଦେଇ ସ୍ୱର୍ଗତ ମାଝୀଙ୍କ ଜିଲ୍ଲା ବିକାଶ ପ୍ରତି ଅବଦାନକୁ ସ୍ମରଣ କରିଥିଲେ।ପରିଷଦର ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରସନ୍ନ କୁମାର ପାଢୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ମଧୁସୂଦନ ଦାସ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଇଂ. ହୋମସିଂ ମାଝୀ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଇଂରାଜୀ ପ୍ରାଧ୍ୟାପକ କେଶବ ରଞ୍ଜନ ପ୍ରଧାନ, ଆମନ୍ତ୍ରିତ ଅତିଥି ଭାବେ ନ୍ୟାସନାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ହିତେଶ କୁମାର ସାହୁ, ନୂଆପଡ଼ା ଏନ୍‌ଏସିର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର ଓ ପରିଷଦର ସମ୍ପାଦିକା ତଥା ସ୍ୱର୍ଗତ ଘାସିରାମ ମାଝୀଙ୍କ କନ୍ୟା ସରୋଜିନୀ ମାଝୀ ମଞ୍ଚାସୀନ ଥିଲେ।ବକ୍ତାମାନେ ସ୍ୱର୍ଗତ ଘାସିରାମ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱ, ନୂଆପଡ଼ା ଜିଲ୍ଲା ଗଠନରେ ତାଙ୍କ ଅବିସ୍ମରଣୀୟ ଭୂମିକା ଏବଂ ସାଧାରଣ ଲୋକଙ୍କ କଲ୍ୟାଣ ପ୍ରତି ତାଙ୍କର ନିଷ୍ଠାକୁ ସ୍ମରଣ କରି ତାଙ୍କ ଆଦର୍ଶରୁ ପ୍ରେରଣା ନେବାକୁ ଆହ୍ୱାନ ଜଣାଇଥିଲେ।ଏହି ଅବସରରେ ସ୍ୱର୍ଗତ ମନ୍ତ୍ରୀ ମାଝି ଙ୍କ ସହ ରାଜନୈତିକ ଜୀବନ ରେ ଜଡ଼ିତ ବରିଷ୍ଠ ନାଗରିକ ବିହାରି ଲାଲ ବିଶ୍ୱାଳ ଓ ରମେଶ ରାଉତଙ୍କୁ ସଭା ରେ ଉତ୍ତରୀୟ ଓ ଉପଢୌକନ ପ୍ରଦାନ୍ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ସବୁଠାରୁ ଆକର୍ଷଣୀୟ ଘୋଷଣା ଥିଲା ନୂଆପଡ଼ା ବିଧାୟକ ଜୟ ଢୋଲକିଆଙ୍କ ପକ୍ଷରୁ ଜିଲ୍ଲା ସଦର ମହକୁମାସ୍ଥିତ ଏକତା ଛକରେ ସ୍ୱର୍ଗତ ଘାସିରାମ ମାଝୀଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନ ପାଇଁ ନିଜ ବିଧାୟକ ପାଣ୍ଠିରୁ ୨ ଲକ୍ଷ ଟଙ୍କା ମଞ୍ଜୁର କରିବା। ଏହି ଘୋଷଣାକୁ ଉପସ୍ଥିତ ସଭାସଦମାନେ କରତାଳି ମାଧ୍ୟମରେ ସ୍ୱାଗତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ବିଶିଷ୍ଟ ଆଦିବାସୀ ନେତା ସୋମନାଥ ଖମାରୀ, ବାଳକୃଷ ଶବର,କାର୍ତିକେଶ୍ୱର୍ ମଲ୍ଲିକ ତଥା ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ର ଛାତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
ଶେଷରେ ନ୍ୟାସନାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ହିତେଶ କୁମାର ସାହୁ ସମସ୍ତ ଅତିଥି ଓ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha