89
ନୂଆପଡ଼ା -୧୬/୭- ରାଜ୍ୟରେ ପୁଷ୍ଟି ଶସ୍ୟ ଚାଷକୁ ଅଧିକ ଲାଭଜନକ, ବୈଜ୍ଞାନିକ ଏବଂ ଜଳବାୟୁ ସହନଶୀଳ କରିବା ଦିଗରେ ଆଉ ଏକ ସଫଳ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ଏବଂ ହାଇଦ୍ରାବାଦର ଇକ୍ରିସାଟ୍ (ICRISAT)ର ମିଳିତ ସହଯୋଗରେ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (RKVY) ଅଧୀନରେ “ଓଡ଼ିଶାର ଢିପ ଜମିରେ ପୁଷ୍ଟିଶସ୍ୟ ଚାଷର ବିକାଶ” ପ୍ରକଳ୍ପ ଆଗେଇ ଚାଲିଛି। ଏହି କ୍ରମରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଦରଲିପଡ଼ା ଓ ସମରସିଙ୍ଗ ଗ୍ରାମରେ ଚାଷୀଙ୍କ ପାଇଁ ଏକ ବ୍ୟବହାରିକ ପ୍ରଶିକ୍ଷଣ ଓ ଯନ୍ତ୍ରପାତି ପ୍ରଦର୍ଶନୀ ଶିବିର ଅନୁଷ୍ଠିତ ହୋଇଯାଇଛି।
କମ୍ ସମୟ, କମ୍ ଖର୍ଚ୍ଚରେ ଅଧିକ ଲାଭ।