37
ନୂଆପଡ଼ା -୧୬/୪-ନୂଆପଡ଼ା ସହର ଦେଇ ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଏବେ ବିବାଦ ଘେରକୁ ଆସିଛି। ସିର୍ତ୍ତୋଲ୍ ସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କ ଶାଖାଠାରୁ ଏସ.ପି. ବାସଭବନ ପର୍ଯ୍ୟନ୍ତ ନିର୍ମାଣାଧୀନ ଏହି ରାସ୍ତାର ‘ଆଲାଇନ୍ମେଣ୍ଟ’ ବା ନକ୍ସା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦାମାନେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ ଏଚଏ ଆଇ) ର କେସିଙ୍ଗା ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

