Home ରାଜ୍ୟଶୋକାକୁଳ ପରିବେଶରେ ପରଲୋକ ଗଲେ ଧର୍ମପରାୟଣ ଦୀନବନ୍ଧୁ ମାଝୀ ।

ଶୋକାକୁଳ ପରିବେଶରେ ପରଲୋକ ଗଲେ ଧର୍ମପରାୟଣ ଦୀନବନ୍ଧୁ ମାଝୀ ।

by Maraguda Express
0 comments
ବୋଡ଼େନ – ୧୭/୦୪ (ଜଗତରାମ ଦଣ୍ଡସେନା)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଖଇରା ଗ୍ରାମରେ ଆଜି ଶୋକର ଛାୟା ଖେଳିଯାଇଛି। ଗ୍ରାମର ଜଣେ ଜଣାଶୁଣା ଧର୍ମପରାୟଣ ବ୍ୟକ୍ତିତ୍ୱ ଦୀନବନ୍ଧୁ ମାଝୀ ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ବହୁ ବର୍ଷ ବୟସ ହୋଇଥିଲା।
ସ୍ୱର୍ଗତ ମାଝୀ ଜଣେ ଅତ୍ୟନ୍ତ ଭଦ୍ର, ମିଷ୍ଟଭାଷୀ ଏବଂ ମେଳାପୀ ପ୍ରକୃତିର ମଣିଷ ଥିଲେ। ସେ ଶିକ୍ଷକ ମଙ୍ଗଳ ସିଂ ମାଝୀ ଙ୍କ ପିତା ଏବଂ ବୋଡ଼େନ ବ୍ଲକ ଉପାଧ୍ୟାକ୍ଷା ସଂଗୀତା ମାଝୀ ଙ୍କ ଶ୍ୱଶୁର ଅଟନ୍ତି। ତାଙ୍କର ସ୍ନେହୀ ଗୁଣ ଯୋଗୁଁ କେବଳ ଖଇରା ଗ୍ରାମ ନୁହେଁ, ବରଂ ସମଗ୍ର ଅଞ୍ଚଳରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ।
ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବନ୍ଧୁବାନ୍ଧବ ତାଙ୍କ ବାସଭବନରେ ରୁଣ୍ଡ ହୋଇଥିଲେ।
ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ତାଙ୍କ ଜ୍ୟେଷ୍ଠ ପୁତ୍ର ମଙ୍ଗଳ ସିଂ ମାଝୀ ବିଧି ଅନୁସାରେ ମୁଖାଗ୍ନି ଦେଇଥିଲେ।
“ତାଙ୍କ ଭଳି ଜଣେ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତିଙ୍କ ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି।” – ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ଗଭୀର ସମବେଦନା ଜଣାଉଛୁ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha