Home ରାଜ୍ୟହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହରେ ରାଜ୍ୟରେ ଶୀର୍ଷ ରେ ନୂଆପଡ଼ା ଜିଲ୍ଲା: ଡୁଡା ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ପ୍ରଶଂସା ।

ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହରେ ରାଜ୍ୟରେ ଶୀର୍ଷ ରେ ନୂଆପଡ଼ା ଜିଲ୍ଲା: ଡୁଡା ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ପ୍ରଶଂସା ।

by Maraguda Express
0 comments
ନୂଆପଡ଼ା -୧୭/୦୪ -(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ପାଇଁ ଏକ ଗୌରବର ବିଷୟ। ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହ କ୍ଷେତ୍ରରେ ସମଗ୍ର ଓଡ଼ିଶାରେ ନୂଆପଡ଼ା ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ସମୀକ୍ଷା ବୈଠକରେ ଏହି ସଫଳତା ସମ୍ପର୍କରେ ସୂଚନା ଦିଆଯିବା ସହ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଜିଲ୍ଲାର ତିନୋଟି ଏନଏସି ମଧ୍ୟରୁ ନୂଆପଡ଼ା ଓ ଖଡ଼ିଆଳ ରାଜ୍ୟସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।
ହୋଲ୍ଡିଂ ଟେକ୍ସ ସଂଗ୍ରହ କ୍ଷେତ୍ରରେ ନୂଆପଡା ଏନଏସି ରାଜ୍ୟରେ ପ୍ରଥମ ସ୍ଥାନ ଓ ଖଡିଆଳ ଏନଏସି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ନୂଆପଡା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି।
ନୂଆପଡ଼ା ଏନଏସିର ହୋଲ୍ଡିଂ ଟେକ୍ସ ସଂଗ୍ରହ ୩୯.୧୨ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ୫୪.୧୬ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୧୩୮ ପ୍ରତିଶତ। ସେହିପରି, ଖରିଆର ଏନଏସିର ୩୫.୮୬ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ୪୮.୫୮ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୧୩୫ ପ୍ରତିଶତ। ଖରିଆର ରୋଡ ଏନଏସି ମଧ୍ୟ ୬୨ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି।
ସମସ୍ତ ତିନୋଟି ଏନଏସିର ହୋଲ୍ଡି ଟେକ୍ସ ସଂଗ୍ରହ ଆଧାରରେ ନୂଆପଡା ଜିଲ୍ଲା ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି।
“ଏହା କେବଳ ଏକ ଶୁଭାରମ୍ଭ। ଚଳିତ ଆର୍ଥିକ ବର୍ଷରେ ଆମକୁ ଅଧିକ ପରିଶ୍ରମ କରି ଜିଲ୍ଲାର ଏହି ସମ୍ମାନକୁ ବଜାୟ ରଖିବାକୁ ହେବ।” —  ମଧୁସୂଦନ ଦାଶ, ଜିଲ୍ଲାପାଳ, ନୂଆପଡ଼ାଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଲମ୍ବୋଦର ଧରୁଆ ବିଭିନ୍ନ ଏନଏସିର କାର୍ଯ୍ୟ ପ୍ରଗତି ଉପସ୍ଥାପନ କରିଥିଲେ। ବୈଠକରେ ମୁଖ୍ୟତଃ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା :
ରାଜସ୍ୱ ସଂଗ୍ରହ ଓ ଆର୍ଥିକ ପରିଚାଳନା।
ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ (ବର୍ଜ୍ୟବସ୍ତୁ ପରିଚାଳନା)।
ପିଏମଏୱାଇ (ନଗର) ଓ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ର କାର୍ଯ୍ୟାନ୍ବୟନ।ଏହି ସଫଳତା ପାଇଁ ଜିଲ୍ଲାପାଳ ନୂଆପଡ଼ା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର ଏବଂ ଖଡ଼ିଆଳ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା ଙ୍କୁ ସମ୍ବର୍ଦ୍ଧିତ କରିବା ସହ ସମସ୍ତ ଟିମ୍‌କୁ ସାଧୁବାଦ ଜଣାଇଥିଲେ।
ବୈଠକରେ ଖରିଆର ରୋଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥଙ୍କ ସମେତ ନଗର ଉନ୍ନୟନ ବିଭାଗର ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha