2
ନୂଆପଡ଼ା- ୧୭/- (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାର କ୍ରୀଡ଼ା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଭା ଚୟନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ପୋଲିସ ପଡ଼ିଆଠାରେ ଆୟୋଜିତ ଏହି ଶିବିରରେ ବିଶେଷ ଭାବେ ଭଲିବଲ୍, ଖୋ-ଖୋ ଏବଂ ଆଥଲେଟିକ୍ସ ବିଭାଗରେ ଶତାଧିକ ପ୍ରତିଭା ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି।
