29
ନୂଆପଡ଼ା -୨୦/୪ -(ସୁରେନ୍ଦ୍ର ତିୱାରୀ) ଓଡ଼ିଆ ପରମ୍ପରା ଓ କୃଷି ସଂସ୍କୃତିର ଅନନ୍ୟ ପର୍ବ ପବିତ୍ର ଅକ୍ଷୟ ତୃତୀୟା ତଥା ଜିଲ୍ଲା ସ୍ତରୀୟ କୃଷକ ଦିବସ ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗର ମିଳିତ ଆନୁକୂଳ୍ୟରେ ବୋଡ଼େନ ବ୍ଲକର କର୍ଲାପଡ଼ାଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ମାଟି ମାଁର ବନ୍ଦନା ସହ ଚଳିତ ବର୍ଷର କୃଷି କାର୍ଯ୍ୟ ପାଇଁ ଶୁଭାରମ୍ଭ କରାଯାଇଛି।


