220
ପ୍ରଥମ ଦିବସ ୫୦୦୦ ମିଟର ଦୌଡ଼ ରେ ୨ୟ ସ୍ଥାନ ହାସଲ କରି ରୌପ୍ୟ ପଦକ ଜିତିଛନ୍ତି।
ନୂଆପଡ଼ା -୭/୬- ଓଡ଼ିଶା ଦୌଡ କୁଦ୍ ସଂଘ ଆନୁକୂଲ୍ୟରେ କଟକର ପ୍ରତିଷ୍ଠିତ ରିଜର୍ଭ ପୋଲିସ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି ୭୨ତମ ରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା-୨୦୨୬। ତାରିଖ ୫ ଜୁନ ରୁ ୭ ଜୁନ ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଏହି ହାଇ-ଭୋଲଟେଜ୍ ଟ୍ରାକ୍ ଆଣ୍ଡ ଫିଲ୍ଡ ଲଢ଼େଇରେ ନୂଆପଡ଼ା ଜିଲ୍ଲା ର ଆଥଲେଟ୍ମାନେ ଚମତ୍କାର ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି। ବିଶେଷ କରି ଜିଲ୍ଲାର ପ୍ରତିଭାବାନ ଦୌଡ଼ାଳି ଦିନେଶ ରାଉତ ନିଜର ଦ୍ରୁତ ଗତି ଓ ଦୃଢ଼ ମନୋବଳ ବଳରେ ଦୁଇ ଦୁଇଟି ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି।

