Home ରାଜ୍ୟକୋମନା ରେ ଇକ୍ରିସେଟ ପକ୍ଷରୁ ‘ଚିରନ୍ତନ ବାଡି ବଗିଚା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋମନା ରେ ଇକ୍ରିସେଟ ପକ୍ଷରୁ ‘ଚିରନ୍ତନ ବାଡି ବଗିଚା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

by Maraguda Express
0 comments
ନୂଆପଡ଼ା -୧୬/୫ – ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ କକ୍ଷଠାରେ  ହାଇଦ୍ରାବାଦର ପ୍ରତିଷ୍ଠିତ କୃଷି ଗବେଷଣା ସଂସ୍ଥା ‘ଇକ୍ରିସେଟ’ ପକ୍ଷରୁ ଏକ “ଚିରନ୍ତନ ବାଡି ବଗିଚା” ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ପୁଷ୍ଟିହୀନତା ଦୂର କରିବା ଏବଂ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଏହି ବିଶେଷ ଶିବିରର ଆୟୋଜନ କରାଯାଇଥିଲା।
ଅତିଥି ଓ ବିଶେଷଜ୍ଞଙ୍କ ଯୋଗଦାନ
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ସାମଲ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ ବାଗ (ବ୍ଲକ କୃଷି ଅଧିକାରୀ)
କୁମାରୀ ଆରାଧନା ଶବର (ଉଦ୍ୟାନ କୃଷି ଅଧିକାରୀ)
ଡ. କବିତା କସାଲ (ଇକ୍ରିସେଟ ବୈଜ୍ଞାନିକ)
ରାମ ବିକାଶ ବର୍ମା (ଓଡ଼ିଶା ମରୁଡି ପ୍ରତିକାର ଯୋଜନା ପ୍ରମୁଖ)
ଏହାସହ ମିଶନ ଶକ୍ତି ଅଧୀନରେ ଥିବା ୫ଟି ଗ୍ରାମ ପଞ୍ଚାୟତର ସମସ୍ତ ସି.ଆର.ପି ଏବଂ ଏମ.ବି.କେ ମାନେ ଏହି ସଚେତନତା ଶିବିରରେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ କୋମନା ବ୍ଲକର ୫ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୭ଟି ଗ୍ରାମର ମହିଳା ଓ ଚାଷୀମାନେ କିଭଳି ନିଜ ଘରବାଡ଼ି ପଛପଟେ ଥିବା ଅବ୍ୟବହୃତ ଜାଗାରେ ବୈଜ୍ଞାନିକ ପଦ୍ଧତିରେ ‘ଚିରନ୍ତନ ବାଡି ବଗିଚା’ ପ୍ରସ୍ତୁତ କରିପାରିବେ, ସେ ନେଇ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା।
ବୈଜ୍ଞାନିକ ଡ. କବିତା କସାଲ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଏହି ବଗିଚା ମାଧ୍ୟମରେ ପରିବାର ଗୁଡ଼ିକ ବର୍ଷସାରା କିଭଳି ବିନା କେମିକାଲରେ ସତେଜ ଓ ପୃଷ୍ଟିକର ପନିପରିବା ପାଇପାରିବେ ଏବଂ ନିଜର ସ୍ୱାସ୍ଥ୍ୟରକ୍ଷା କରିପାରିବେ, ତାହା ହିଁ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ।ଏହା ସହିତ ସରକାରୀ ଯୋଜନା ଏବଂ ଇକ୍ରିସେଟ ତରଫରୁ ହିତାଧିକାରୀମାନଙ୍କୁ କେଉଁ ସବୁ ସହାୟତା, ବିହନ ଏବଂ କୃଷି ସାମଗ୍ରୀ ଯୋଗାଇ ଦିଆଯିବ, ସେ ବିଷୟରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।
ଏହି ସମଗ୍ର ସଚେତନତା କାର୍ଯ୍ୟକ୍ରମକୁ ମିଶନ ଶକ୍ତିର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଜଳନ୍ଧର ତାଣ୍ଡି ଏବଂ ଇକ୍ରିସେଟର ପ୍ରତିନିଧି ହରକ୍ ରାମ ସାହୁ ଅତି ସୁନ୍ଦର ଭାବେ ପରିଚାଳନା ଓ ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha