Home ରାଜ୍ୟଶ୍ରୀଲଙ୍କା ମାଟିରେ ବରଗଡ଼ର ଦୁଇ ଭାଇ-ଭଉଣୀଙ୍କ କମାଲ : ଆନ୍ତର୍ଜାତୀୟ ଗୋଲ ଶଟ୍ ବଲ୍ ଚାମ୍ପିୟନସିପରେ ଜିତିଲେ ସ୍ବର୍ଣ୍ଣ।

ଶ୍ରୀଲଙ୍କା ମାଟିରେ ବରଗଡ଼ର ଦୁଇ ଭାଇ-ଭଉଣୀଙ୍କ କମାଲ : ଆନ୍ତର୍ଜାତୀୟ ଗୋଲ ଶଟ୍ ବଲ୍ ଚାମ୍ପିୟନସିପରେ ଜିତିଲେ ସ୍ବର୍ଣ୍ଣ।

by Maraguda Express
0 comments
ବରଗଡ଼ ୧/୫- (ନିରୋଜ କୁମାର ପାଣି ) ଖେଳ ଦୁନିଆରୁ ଓଡ଼ିଶା ପାଇଁ ଆସିଛି ଏକ ଗୌରବମୟ ଖବର। ଶ୍ରୀଲଙ୍କାର କଲମ୍ବୋଠାରେ ଅନୁଷ୍ଠିତ ଦକ୍ଷିଣ ଏସିୟ ଆନ୍ତର୍ଜାତୀୟ ଗୋଲ ଶଟ୍ ବଲ୍ ଚାମ୍ପିୟନସିପ୍‌ ରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରି ବରଗଡ଼ ଜିଲ୍ଲାର ଦୁଇ ପ୍ରତିଭାବାନ ଭାଇ-ଭଉଣୀ ରାଜ ମେହେର ଓ ପରୀ ମେହେର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେମାନଙ୍କର ଏହି ବିଶ୍ୱସ୍ତରୀୟ ସଫଳତା ସମଗ୍ର ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣିଦେଇଛି।
ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ କୁଡାସିଂହା ଗ୍ରାମର ସୁରେନ୍ଦ୍ର ମେହେରଙ୍କ ସନ୍ତାନ ହେଉଛନ୍ତି ରାଜ ଓ ପରୀ। ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ଏହି ଦୁଇ ଖେଳାଳି ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି।
ସ୍ୱର୍ଣ୍ଣ ପଦକ ଜିତି ଗ୍ରାମକୁ ଫେରିବା ପରେ ଉଭୟଙ୍କୁ ଏକ ଅଦ୍ଭୁତପୂର୍ବ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ଫୁଲମାଳ, ଚନ୍ଦନ ତିଳକ ଓ ପାରମ୍ପରିକ ରୀତିରେ ପାଦ ପ୍ରକ୍ଷାଳନ କରି ଦୁଇ ବିଜୟୀ ବୀରଙ୍କୁ ଗ୍ରାମକୁ ପାଛୋଟି ନେଇଥିଲେ। ଗ୍ରାମରେ ଏବେ ଏକ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।
ଏହି ଐତିହାସିକ ସଫଳତା ପାଇଁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ରାଜ ଓ ପରୀଙ୍କୁ ନିଜ ପାଇକମାଲ ବାସଭବନ ସ୍ଥିତ କାର୍ଯ୍ୟାଳୟକୁ ନିମନ୍ତ୍ରଣ କରିଥିଲେ। “ଏହା କେବଳ ପଦ୍ମପୁର କିମ୍ବା ବରଗଡ଼ ପାଇଁ ନୁହେଁ, ବରଂ ସମଗ୍ର ଓଡ଼ିଶା ପାଇଁ ଏକ ଗୌରବମୟ ମୁହୂର୍ତ୍ତ। ଆଶା କରୁଛି ଭବିଷ୍ୟତରେ ଏହି ଯୁବ ପ୍ରତିଭାମାନେ ଆହୁରି ବଡ଼ ମଞ୍ଚରେ ଦେଶର ଟେକ ରଖିବେ।” ବୋଲି
ପ୍ରଦୀପ ପୁରୋହିତ, ସାଂସଦ, ବରଗଡ଼ ପ୍ରକାଶ କରିଛନ୍ତି। ୧୭ ବର୍ଷ ରୁ କମ ବର୍ଗ ଏସିୟ ଆନ୍ତର୍ଜାତୀୟ ଗୋଲ ଶଟ୍ ବଲ୍ ଚାମ୍ପିୟନସିପ୍ କଲମ୍ବୋ, ଶ୍ରୀଲଙ୍କା ଠାରେ ଆୟୋଜିତ ହେଇଥିଲା। ବିଜେତା ରାଜ ମେହେର ଓ ପରୀ ମେହେର (ଭାଇ-ଭଉଣୀ)।
ଏହି ସଫଳତା ସ୍ଥାନୀୟ ଅଞ୍ଚଳର କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଛି। ଉଭୟଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha