Home ରାଜ୍ୟନୂଆପଡ଼ାରେ ଚାଷୀଙ୍କ ପାଇଁ ବଡ଼ ଖବର : ୧୧୦୦ ହେକ୍ଟର ଜମିକୁ ମିଳିବ ପାଣି, ଜିଲ୍ଲାପାଳଙ୍କ ଜରୁରୀ ସମୀକ୍ଷା।

ନୂଆପଡ଼ାରେ ଚାଷୀଙ୍କ ପାଇଁ ବଡ଼ ଖବର : ୧୧୦୦ ହେକ୍ଟର ଜମିକୁ ମିଳିବ ପାଣି, ଜିଲ୍ଲାପାଳଙ୍କ ଜରୁରୀ ସମୀକ୍ଷା।

by Maraguda Express
0 comments
ନୂଆପଡ଼ା -୩/୦୬ ନୂଆପଡ଼ା ଜିଲ୍ଲାର କୃଷି ଓ କୃଷକଙ୍କ ବିକାଶ ପାଇଁ ଏକ ବଡ଼ ପଦକ୍ଷେପ। ଜିଲ୍ଲାରେ ପ୍ରସ୍ତାବିତ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧୧୦୦ ହେକ୍ଟର ଅତିରିକ୍ତ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ମେଗା ପ୍ରକଳ୍ପ ଏବଂ କମାଣ୍ଡ ଏରିଆ ଡେଭଲପମେଣ୍ଟ (ସିଏଡି) ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ଅଗ୍ରଗତି କୁ ନେଇ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଗତ କାଲି ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ପ୍ରକଳ୍ପ ଗୁଡ଼ିକୁ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
କ୍ଲଷ୍ଟର-୫ ର କାର୍ଯ୍ୟକୁ ଆହୁରି ଗତିଶୀଳ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କୁହାଯାଇଛି।
ଫାର୍ମର ରିଲେସନ୍‌ସିପ୍ ଏଜେନ୍ସି (ଏଫ୍ ଆର ଏ) ଗଠନ ଓ ଚୁକ୍ତି ସ୍ୱାକ୍ଷର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କୃଷି ବିଜ୍ଞାନ କେନ୍ଦ୍ର , ନୂଆପଡ଼ାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ଜିଲ୍ଲାପାଳ ଓୟୁଏଟି ର ଡିନ୍‌ ଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।
କ୍ଲଷ୍ଟର -୨୮ ର ପ୍ରାରମ୍ଭିକ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ହୋଇଛି।
ଆଗାମୀ ଦିନରେ ଚାଷୀଙ୍କ ସଚେତନତା ପାଇଁ ଆୟୋଜନ ହେବାକୁ ଥିବା ‘ସମୃଦ୍ଧି କି ପାଠଶାଳା’ କାର୍ଯ୍ୟକ୍ରମ ଏବଂ ୱାଟର ୟୁଜର୍ସ ସୋସାଇଟି ନିର୍ବାଚନ ଉପରେ ବିସ୍ତୃତ ରୋଡ୍‌ମାପ୍ ପ୍ରସ୍ତୁତ କରାଯାଇଛି।
ଏହି ଉଚ୍ଚସ୍ତରୀୟ ବୈଠକରେ ଜଳସେଚନ ଓ କୃଷି ବିଭାଗର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ । ସେମାନଙ୍କ ମଧ୍ୟ ରେ ମନୋଜ କୁମାର ବେହେରା ମୁଖ୍ୟ ଯନ୍ତ୍ରୀ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ , ତାରିଣୀ ଚନ୍ଦ୍ର ସେଠୀ ମୁଖ୍ୟ ଯନ୍ତ୍ରୀ ସି ଏ ଡି, ଦ୍ୱିତୀକୃଷ୍ଣ ପାଣିଗ୍ରାହୀ ଉପ-ନିର୍ଦ୍ଦେଶକ , ପଦ୍ମଲୋଚନ ନାୟକ ନିର୍ବାହୀ ଯନ୍ତ୍ରୀ ସିଏଡି ନୂଆପଡ଼ା , ହେମ କୁମାର ନାୟକ ନିର୍ବାହୀ ଯନ୍ତ୍ରୀ, ଉଠା ଜଳସେଚନ ବିଭାଜନ ଖଡ଼ିଆଳ,
ଜ୍ୟୋତିରଞ୍ଜନ ବାରିକ ସହକାରୀ କୃଷି ଯନ୍ତ୍ରୀ,
ଆଶୁତୋଷ ମହାନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଲବ ସୋରେନ ବରିଷ୍ଠ ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, ନୂଆପଡ଼ା ପ୍ରମୁଖ ବୈଠକ ରେ ଉପସ୍ଥିତ ଥିଲେ।
ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ନୂଆପଡ଼ା ଜିଲ୍ଲାର ହଜାର ହଜାର ଚାଷୀ ଉପକୃତ ହେବେ ଏବଂ ଜିଲ୍ଲାର କୃଷି କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha