98

ନୂଆପଡ଼ା -୧୮/୦୫ “ପ୍ରତିଟି ବ୍ୟକ୍ତି ସମାଜ ପ୍ରତି ଥିବା ନିଜର ଦାୟିତ୍ୱକୁ ହୃଦୟଙ୍ଗମ କରିବା ଆବଶ୍ୟକ। ସମାଜ ମୋ ପାଇଁ କଣ କରିଛି ତାହା ନୁହେଁ, ବରଂ ‘ମୁଁ ସମାଜ ପାଇଁ କଣ କରିପାରିବି’— ଏହି ଚେତନା ନିଜ ଭିତରେ ଜାଗ୍ରତ କରିପାରିଲେ ହିଁ ସମାଜର ପ୍ରକୃତ ବିକାଶ ଓ ପରିବର୍ତ୍ତନ ସମ୍ଭବ।” ନୂଆପଡ଼ା ଜିଲ୍ଲା ମେହେର (ଭୁଲିଆ) ସମାଜର ୪୪ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମାବେଶରେ ଅତିଥି ଓ ବୁଦ୍ଧିଜୀବୀମାନେ ଏଭଳି ମତପ୍ରକାଶ କରିଛନ୍ତି।ସିନାପାଲି ବ୍ଲକ ବରଗାଁଠାରେ ବରଗାଁ ଗ୍ରାମ୍ୟ କମିଟି ଆନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ ଗ୍ରାମ୍ୟ ସମାଜର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ନେଇ ଏହି ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି।
ନୂଆପଡ଼ା ଜିଲ୍ଲା ସଭାପତି ବୈଶମ୍ପାୟନ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମାଜର ଅନେକ ବରିଷ୍ଠ ନେତୃତ୍ୱ ମଞ୍ଚାସୀନ ଥିଲେ। ସେମାନଙ୍କ ମଧ୍ୟରେ
ଉପରୋକ୍ତ ସଭା ରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱର୍ଗତ ଲଳିତ ମେହେର (ମରଣୋତ୍ତର), ସମାଜସେବୀ ଯୋଗେଶ୍ୱର ମେହେର ଏବଂ ଶିକ୍ଷକ ହୃଦାନନ୍ଦ ମେହେରଙ୍କୁ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ସମାଜକୁ ଗୌରବାନ୍ୱିତ କରିଥିବା କୃତୀ ଛାତ୍ରଛାତ୍ରୀ — ଅସିତ କୁମାର ମେହେର, ଝରଣା ମେହେର, ପୁନମ ମେହେର ଓ ପିୟୂଷ ମେହେରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଅତିଥିମାନଙ୍କ ସମ୍ମାନାର୍ଥେ ପ୍ରସ୍ତୁତ ମାନପତ୍ର ଗୁଡ଼ିକୁ ପ୍ରଦୀପ ମେହେର, ପୀତବାସ ମେହେର, ବିଭୁତି ମେହେର, ସଞ୍ଜୁକ୍ତା ମେହେର, ଗୁପ୍ତେଶ୍ୱର ମେହେର, କୁଳଦୀପ ମେହେର ଓ କ୍ଷିତି କୁମାର ମେହେର ପାଠ କରିଥିଲେ।
ଏ ଅବସର ରେ ସଂସ୍କାର ମୂଳକ ଆଲୋଚନା ଓ ନୂତନ ଦାୟିତ୍ୱ ଗ୍ରହଣ, ସମାବେଶରେ ବିଭିନ୍ନ ଗ୍ରାମ୍ୟ କମିଟିରୁ ଆସିଥିବା କର୍ମକର୍ତ୍ତାମାନେ ଯୋଗଦେଇ ସମାଜର ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ, କୁସଂସ୍କାର ବର୍ଜନ ଓ ଶିକ୍ଷାର ପ୍ରସାର ଉପରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।