Home ରାଜ୍ୟନୂଆପଡ଼ା ରେ “ଜନ ଭାଗିଦାରୀ : ସବସେ ଦୂର, ସବସେ ପହେଲେ” ଅଭିଯାନର ଶୁଭାରମ୍ଭ,୨୮୫ ଆଦିବାସୀ ଗ୍ରାମରେ ପହଞ୍ଚିବ ସରକାରୀ ଯୋଜନା ।

ନୂଆପଡ଼ା ରେ “ଜନ ଭାଗିଦାରୀ : ସବସେ ଦୂର, ସବସେ ପହେଲେ” ଅଭିଯାନର ଶୁଭାରମ୍ଭ,୨୮୫ ଆଦିବାସୀ ଗ୍ରାମରେ ପହଞ୍ଚିବ ସରକାରୀ ଯୋଜନା ।

by Maraguda Express
0 comments
ନୂଆପଡ଼ା ୧୮/୫- ଆଦିବାସୀ ବହୁଳ ଅଞ୍ଚଳର ବିକାଶ ଓ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ଅଭିନବ ପ୍ରୟାସ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସମ୍ମିଳନୀ କକ୍ଷରେ ଆଜି କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଅଭିଯାନ “ଜନ ଭାଗିଦାରୀ : ସବସେ ଦୂର, ସବସେ ପହେଲେ” ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଜନମୁଖୀ ଅଭିଯାନର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଆଦିବାସୀ ବହୁଳ ଗ୍ରାମଗୁଡ଼ିକ ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ କଲ୍ୟାଣ ମୂଳକ ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରାଇବା ସହ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ସହାୟତା ଓ ସୁବିଧା ସୁଯୋଗ ବଣ୍ଟନ କରିଥିଲେ।ଅଭିଯାନର ଆଭିମୁଖ୍ୟ ଓ ଲକ୍ଷ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ନିକଟରେ ଆରମ୍ଭ ହୋଇଥିବା ଦୁଇଟି ପ୍ରମୁଖ ଯୋଜନା— “ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (ପିଏମ – ଜନମନ୍)” ଏବଂ “ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (DA-JGUA)” ର ସଫଳ ରୂପାୟନ ତଥା ଏଥିରେ ସାଧାରଣ ଜନତାଙ୍କ ଭାଗିଦାରୀକୁ ସୁଦୃଢ଼ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ।କ୍ଷେତ୍ରସ୍ତରରେ ଜନସମ୍ପର୍କ ବୃଦ୍ଧି କରିବା।  ଶେଷ ଧାଡ଼ିର ବ୍ୟକ୍ତିଙ୍କ ପାଖରେ ସରକାରୀ ସେବାର ସର୍ବାଧିକ ପହଞ୍ଚ ସୁନିଶ୍ଚିତ କରିବା। ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା।ଆଦିବାସୀ ସମ୍ପ୍ରଦାୟର ଜୀବନଧାରଣ ଓ ଜୀବିକାର ମାନ ଉନ୍ନତ କରିବା। ୮ ଦିନରେ ପ୍ରକ୍ରିୟାଭୁକ୍ତ ହେବେ ୨୮୫ଟି ଗ୍ରାମ, ମେ’ ୧୮ ରୁ ଆରମ୍ଭ ହୋଇ ଆସନ୍ତା ମେ’ ୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସପ୍ତାହ ବ୍ୟାପୀ ଅଭିଯାନରେ ନୂଆପଡ଼ା ଜିଲ୍ଲାର ମୋଟ ୨୮୫ଟି ଆଦିବାସୀ ବହୁଳ ଗ୍ରାମକୁ ସାମିଲ କରାଯାଇଛି। ବ୍ଲକୱାରୀ ଅନ୍ତର୍ଭୁକ୍ତ ହୋଇଥିବା ଗ୍ରାମଗୁଡ଼ିକର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା । ଗ୍ରାମାଞ୍ଚଳରେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ। ଏହି ମେଗା ଅଭିଯାନ ଅଧୀନରେ ଚିହ୍ନିତ ପ୍ରତିଟି ଗ୍ରାମରେ ବହୁବିଧ ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯିବ। ଯେପରିକି, ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯିବ। ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସ୍ଥଳଭାଗରେ ଅଭିଯୋଗ ଗ୍ରହଣ କରାଯିବ। ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ପ୍ରଦାନ କରାଯିବ। ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସୁବିଧା ଏବଂ ସ୍ୱାବଲମ୍ବୀ ହେବା ପାଇଁ ସହାୟତା ଯୋଗାଇ ଦିଆଯିବ।ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶାସନ ସିଧାସଳଖ ଲୋକଙ୍କ ଦୁଆରମୁହଁରେ ପହଞ୍ଚି ଯୋଜନାର ଲାଭ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଶେଷରେ ଜିଲ୍ଲାପାଳ ଶ୍ରୀ ଦାଶ, ଜିଲ୍ଲାବାସୀଙ୍କୁ ଏହି ଜନମୁଖୀ ମହା-ଅଭିଯାନର ସୁଯୋଗ ନେଇ ନିଜର ସର୍ବାଙ୍ଗୀନ ବିକାଶ କରିବାକୁ ଆହ୍ୱାନ ଦେଇଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha