93
ନୂଆପଡ଼ା -୧୮/୫- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ଼ ଗ୍ରାମ ପଞ୍ଚାୟତଠାରେ ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ ଏବଂ ସରକାରୀ ଯୋଜନାର ପ୍ରସାର ପାଇଁ ଏକ ଭବ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧି ଯୋଗଦେଇଥିଲେ। ଏହି ସଭାରେ ସମ୍ମାନିତ ଅତିଥି ଭାବେ କୋମନା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡାଃ ଦ୍ବାରିକାନାଥ ଶତପଥୀ, ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର ଏବଂ ତହସିଲଦାର ସର୍ବେଶ୍ୱର ଜାଲ ପ୍ରମୁଖ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି ଓ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାଗତ ଜଣାଇ ସଭା ପରିଚାଳନା କରିଥିଲେ। ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଶ୍ରମିକ, କୃଷକ ଓ ମହିଳାମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନା ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
“ଝିଅ ପାଇଁ ଗଛଟିଏ” ଓ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମଶିବିର ଅବସରରେ “ଝିଅ ପାଇଁ ଗଛଟିଏ” ଏବଂ “ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ” ଭଳି ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ଜିଲ୍ଲାପାଳ ଜଣେ ନବଜାତ କନ୍ୟା ଶିଶୁଙ୍କୁ କୋଳକୁ ନେଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ପିତାମାତାଙ୍କୁ ଉପହାର ଓ ବୃକ୍ଷ ଚାରା ପ୍ରଦାନ କରିଥିଲେ। ଏହା ସହିତ ଗର୍ଭବତୀ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ, ଫଳମୂଳ ଓ ଅନ୍ୟାନ୍ୟ ଉପହାର ବଣ୍ଟନ କରାଯାଇଥିଲା। ସ୍ଥାନୀୟ ଶିଶୁ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ମାଧ୍ୟମରେ ପ୍ରବାସୀ ଶ୍ରମିକ ସମସ୍ୟା ଓ ସରକାରୀ ଯୋଜନା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା।ଜିଲ୍ଲାପାଳଙ୍କ ଆହ୍ୱାନ “ବାହାରକୁ ନଯାଇ ସ୍ଥାନୀୟ ସୁଯୋଗର ଲାଭ ଉଠାନ୍ତୁ”ଜନସାଧାରଣଙ୍କୁ ସମ୍ବୋଧିତ କରି ଜିଲ୍ଲାପାଳ କହିଥିଲେ ଯେ, ଜିଲ୍ଲାରେ ବହୁତ ଜନମଙ୍ଗଳକାରୀ ଓ କର୍ମନିଯୁକ୍ତି ଯୋଜନା ଉପଲବ୍ଧ ରହିଛି। ଗ୍ରାମବାସୀମାନେ ଦାଦନ ଖଟିବାକୁ ବାହାରକୁ ନଯାଇ ସ୍ଥାନୀୟ ସୁଯୋଗର ଲାଭ ଉଠାଇବା ଉଚିତ। ସେ ଆହୁରି ମଧ୍ୟ କହିଥିଲେ ଯେ, ଛୋଟ ପିଲାମାନଙ୍କୁ ଶିଶୁ ଶ୍ରମିକ ଭାବେ ନିୟୋଜିତ ନକରି ସ୍କୁଲକୁ ପଠାନ୍ତୁ।ନିଜ ଗାଁକୁ ସମ୍ପୂର୍ଣ୍ଣ ଭାବେ ‘ଏକକ ବ୍ୟବହୃତ ପ୍ଲାଷ୍ଟିକ’ ମୁକ୍ତ ରଖନ୍ତୁ। ଶ୍ରମିକ ଓ ସ୍ୱଚ୍ଛତା ଦୂତ ଙ୍କୁ ସମ୍ମାନ ପ୍ରଦାନ।
ଏହି ସମାବେଶରେ ମନରେଗା ଯୋଜନାରେ ୧୦୦ ଦିନରୁ ଅଧିକ କାମ କରିଥିବା ଶ୍ରମିକମାନଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଇଥିଲା। ଏହା ସହିତ ଶ୍ରମ ବିଭାଗ ପକ୍ଷରୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯିବା ସହ ସମାଜ ପ୍ରତି ଅବଦାନ ପାଇଁ “ସ୍ୱଚ୍ଛତା ଦୂତ” ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା। ପରିବେଶ ଓ ପକ୍ଷୀ ସୁରକ୍ଷା ପାଇଁ “ପକ୍ଷୀ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅଧୀନରେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ, ଜଳ ଓ ବାସସ୍ଥାନର ବ୍ୟବସ୍ଥା କରାଯାଇଥିଲା।ପ୍ରବାସୀ ଶ୍ରମିକଙ୍କ ଘର ପରିଦର୍ଶନ।
ସଭା ଶେଷରେ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଜଣେ ପ୍ରବାସୀ ଶ୍ରମିକଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ସେମାନଙ୍କ ସୁଖ-ଦୁଃଖ ବୁଝିଥିଲେ। ସେମାନଙ୍କୁ ବାହାରକୁ ନଯାଇ ବିଭିନ୍ନ ସରକାରୀ ଯୋଜନାର ସିଧାସଳଖ ଲାଭ ନେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ର ସଫଳ ଆୟୋଜନ ରେ କୋମନା ବିଡିଓ, ତହସିଲଦାର, ପଞ୍ଚାୟତିରାଜ ବିଭାଗ ଏବଂ ଜଙ୍ଗଲ ବିଭାଗର ମିଳିତ ସମନ୍ୱୟରେ ଏହି ସମଗ୍ର କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଛି।