104
ନୂଆପଡ଼ା ୧୧/୦୭ – ନୂଆପଡ଼ା ଜିଲ୍ଲା ଖଡ଼ିଆଳ କେନ୍ଦୁପତ୍ର ରେଞ୍ଜ ଅଧୀନରେ ଥିବା ବିଭିନ୍ନ ଫଡ଼ିରେ ବର୍ତ୍ତମାନ କେନ୍ଦୁପତ୍ର ବନ୍ଧା କାର୍ଯ୍ୟ ଜୋରସୋର ରେ ଚାଲିଛି। ଏହି ରେଞ୍ଜ ଅଧୀନରେ ଥିବା ୫୩ ଟି ଫଡ଼ିରେ ୭ଟି ବନ୍ଧାଳୀ ପାର୍ଟିର ପ୍ରାୟ ୧୦୫ ଜଣ ଶ୍ରମିକ ନିୟୋଜିତ ଅଛନ୍ତି। ଦୂରଦୂରାନ୍ତରୁ ନିଜ ପରିବାର ସହ ଆସିଥିବା ଏହି ଶତାଧିକ ବନ୍ଧାଳୀ ଦିନରାତି ଏକ କରି କେନ୍ଦୁପତ୍ର ବଛାବଛି ଓ ବନ୍ଧା କାମରେ ଲାଗିଛନ୍ତି। ସକାଳୁ ସଞ୍ଜ ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ସେମାନେ ପ୍ରତିଟି କେରି ପ୍ରସ୍ତୁତ କରୁଛନ୍ତି, ହେଲେ ଏହି ଗରିବ ଶ୍ରମିକଙ୍କ ଝାଳବୁହା ଧନକୁ ନେଇ ଏବେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି।