Home ରାଜ୍ୟନୂଆପଡ଼ା : ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ଉପଜିଲ୍ଲାପାଳ, ଶତପ୍ରତିଶତ ସଫଳତା ପାଇଁ ନିର୍ଦ୍ଦେଶ।

ନୂଆପଡ଼ା : ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ଉପଜିଲ୍ଲାପାଳ, ଶତପ୍ରତିଶତ ସଫଳତା ପାଇଁ ନିର୍ଦ୍ଦେଶ।

by Maraguda Express
0 comments
ନୂଆପଡ଼ା – ୨/୬- ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ କାର୍ଯ୍ୟକ୍ରମ ଜୋରଦାର ଚାଲିଥିବା ବେଳେ, ନୂଆପଡ଼ା ଜିଲ୍ଲାରେ ଏହାର ଅଗ୍ରଗତି ନେଇ ତତ୍ପରତା ପ୍ରକାଶ ପାଇଛି। ୭୧- ନୂଆପଡ଼ା ବିଧାନସଭା କ୍ଷେତ୍ରର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ) ଉପଜିଲ୍ଲାପାଳ ସୁର୍ମୀ ସୋରେନ ନିଜେ ମୈଦାନକୁ ଓହ୍ଲାଇ ଘରକୁ ଘର ପରିଦର୍ଶନ ଏବଂ ଗଣନା ପତ୍ର ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉପଜିଲ୍ଲାପାଳ ଶ୍ରୀମତୀ ସୋରେନ ବିଭିନ୍ନ ବୁଥ୍ ପରିଦର୍ଶନ କରି ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କ ଦ୍ୱାରା ଚାଲିଥିବା କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରିଛନ୍ତି। ଗଣନା ପତ୍ର ବଣ୍ଟନ, ମତଦାତାଙ୍କ ତଥ୍ୟ ସଂଗ୍ରହ, ଭୋଟର ତାଲିକା ସଂଶୋଧନ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା କେତେ ଦୂର ଆଗେଇଛି, ସେ ନେଇ ସେ ବିସ୍ତୃତ ସମୀକ୍ଷା କରିଥିଲେ। ‘ସମୟ ସୀମା ଭିତରେ ଶତପ୍ରତିଶତ କାମ ଶେଷ କରନ୍ତୁ’ – କ୍ଷେତ୍ର ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ବିଏଲ୍‌ଓ ମାନଙ୍କ ସହ ସେମାନଙ୍କ ସମସ୍ୟା ବାବଦରେ ଆଲୋଚନା କରିଥିଲେ। ସମସ୍ତ ସମସ୍ୟାର ସମାଧାନ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ୧୦୦ % ତଥ୍ୟ ସଂଗ୍ରହ ଓ ଗଣନା ପତ୍ର ବଣ୍ଟନ ଶେଷ କରିବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। “ଜଣେ ବି ଯୋଗ୍ୟ ମତଦାତା ଯେମିତି ନାମ ପଞ୍ଜୀକରଣ ରୁ ବଞ୍ଚିତ ନହୁଅନ୍ତି, ତାହା ସୁନିଶ୍ଚିତ କରାଯିବ। ଏହାସହ ମୃତ ଏବଂ ସ୍ଥାନାନ୍ତରିତ ମତଦାତାଙ୍କ ନାମ ବାଦ୍ ଦେଇ ଏକ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା।” ବୋଲି  ଉପଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି।ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଙ୍କ ଗାଇଡ ଲାଇନ କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha